ବର୍ଷର ପ୍ରଥମ କ୍ୟାବିନେଟରେ ୯ଟି ପ୍ରସ୍ତାବରେ ବାଜିଲା ମୋହର
ଓଏଲ୍ ବ୍ୟୁରୋ: ୨୦୨୫ ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବରେ ବାଜିଲା ମୋହର। ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ୫ ବର୍ଷ ପାଇଁ ଅନୁମୋଦନ ମିଳିଛି। ସୁଭଦ୍ରା ଯୋଜନା, ସୋଲାର ସବସିଡି, ଭିନ୍ନକ୍ଷମଙ୍କ ପାଇଁ ଭତ୍ତା ଭଳି ପ୍ରସ୍ତାବ ସହ ୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି।
ଶକ୍ତି ବିଭାଗକୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ ରାଜ୍ୟ ସରକାର ୨୫ ହଜାର ଟଙ୍କା ସବସିଡି ଦେବେ। ଏନେଇ କ୍ୟାବିନେଟରେ ଅନୁମୋଦନ ମିଳିଛି। ୧ କିଲୋୱାଟ୍ ସୋଲାର ଲାଗି ରାଜ୍ୟ ଦେବ ଅତିରିକ୍ତ ୨୫ ହଜାର ଏବଂ କେନ୍ଦ୍ରର ୩୦ ହଜାର ସବସିଡ୍ ବାଦ୍ ରାଜ୍ୟ ସରକାର ୨୫ ହଜାର ଦେବେ। ୩ କିଲୋୱାଟ୍ ସୋଲାର ଲଗାଇଲେ ୫୮ ହଜାର ଟଙ୍କା ଦେବେ ରାଜ୍ୟ ସରକାର।
ସେହିପରି ଯେଉଁମାନେ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଓ ୮୦ ବର୍ଷରୁ ଅଧିକ ବ୍ୟକ୍ତି ୩୫୦୦ ଟଙ୍କା ଭତ୍ତା ପାଇବେ। ମାର୍ଚ୍ଚ ୩୧ ସୁଦ୍ଧା ଯେଉଁମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିବେ। ସେମାନଙ୍କୁ ଚଳିତ ବର୍ଷର ୧୦ ହଜାର ଟଙ୍କା ମିଳିବ। ଅର୍ଥାତ ବର୍ଷ ୨୦୨୫ ର ଦୁଇଟି କିସ୍ତି ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ଆହୁଜା।