Odisha Link
Bridging the Missing Links in Odisha

ବିଜିଟି ବଞ୍ଚାଇବା ପାଇଁ ଶେଷ ସୁଯୋଗ, ବ୍ୟାଟିଂ ଜାରି ରଖିଛି ଭାରତ

ଓଏଲ୍‌ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚ୍‌ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯାଉଛି। ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ଜାରି ରଖିଛଇ। ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ଯଶପ୍ରୀତ ବୁମରା। ସିଡନୀ ଟେଷ୍ଟରେ ୨ଟି ବଡ଼ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି ଭାରତ। ଅଧିନାୟକ ରୋହିତ ଶର୍ମାଙ୍କୁ ବିଶାର୍ମ ଦିଆଯାଇଥିବା ବେଳେ ଦ୍ରୁତ ବୋଲର ଆକାଶଦୀପ ଆହତ କାରଣରୁ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଶୁଭମନ ଗିଲ୍‌ ଓ ପ୍ରସିଦ୍ଧ କୃଷ୍ଣାଙ୍କୁ ଦଳରେ ସ୍ଥାନ ମିଳିିଛି।

ବର୍ତ୍ତମାନ ସିଡନୀ ଟେଷ୍ଟର ପ୍ରଥମ ସେସନ୍‌ ଜାରି ରହିିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆ ୨ ଓ୍ବିକେଟ ହରାଇ ୨୦ ରନ୍‌ କରିଛି। କେଏଲ ରାହୁୁଲ ୪ ରନ୍‌ କରି ଆଉଟ୍‌ ହୋଇଛନ୍ତି। ସେହିପରି ଯଶ୍ବସୀ ଜୟଶଓ୍ବାଲ ୧୦ ରନ୍‌ କରି ପ୍ୟାଭିଲିଅନ ଫେରିଛନ୍ତି। ବର୍ତ୍ତମାନ ବିରାଟ କୋହଲି ୦ ଓ ଶୁଭମନ ଗିଲ୍‌ ୨ ରନ୍‌ କରି କ୍ରିଜରେ ବ୍ୟାଟିଂ ଜାରି ରଖିଛନ୍ତି।

ସବୁୁଠୁ ବଡ଼କଥା ହେଲା ୪୭ ବର୍ଷ ହେବ ସିଡନୀ ଗ୍ରାଉଣ୍ଡରେ ଭାରତୀୟ ଦଳ ଗୋଟିଏ ବି ମ୍ୟାଚ ଜିତି ନାହିଁ। ବିଗତ ୧୩ ବର୍ଷ ହେଲା ସିଡନୀ ଗ୍ରାଉଣ୍ଡରେ ମ୍ୟାଚ ଡ’ ରଖିବାରେ ସଫଳ ହୋଇଛି ଭାରତ। ଶେଷଥର ପାଇଁ ୨୦୧୨ରେ ଭାରତୀୟ ଦଳ ସିଡନୀରେ ହାରିଥିଲା। ତାରେ ଭାରତୀୟ ଦଳ ସିଡନୀରେ ୩ଟି ଟେଷ୍ଟ ମ୍ୟାଚ ଖେଳିଛି। ଆଉ ସମସ୍ତ ମ୍ୟାଚ ଡ’ରେ ଶେଷ ହୋଇଛି। ଶେଷଥର ପାଇଁ ୧୯୭୮ ମସିହାରେ ସିଡନୀ ଗ୍ରାଉଣ୍ଡରେ ମ୍ୟାଚ ଜିତିତିଲା ଭାରତ।

ଭାରତୀୟ ଏକାଦଶ: ଯଶପ୍ରୀତ ବୁମରା (ଅଧିନାୟକ), ଯଶ୍ବସୀ ଜୟଶଓ୍ବାଲ, କେଏଲ ରାହୁୁଲ, ଶୁଭମନ ଗିଲ, ବିରାଟ କୋହଲି, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ନୀତୀଶ ରେଡ୍ଡୀ, ଓ୍ବାଶିଂଟନ୍‌ ସୁନ୍ଦର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା।

ଅଷ୍ଟ୍ରେଲିଆ ଏକାଦଶ: ପ୍ୟାଟ କମିନ୍ସ (ଅଧିନାୟକ), ଉସ୍‌ମାନ ଖୱାଜା, ସାମ କନ୍‌ଷ୍ଟାସ୍‌, ମାର୍ନସ ଲବୁସେନ୍‌, ଷ୍ଟିଭେନ୍ ସ୍ମିଥ୍, ଟ୍ରାଭିସ୍ ହେଡ୍‌, ବିଉ ୱେବ୍‌ଷ୍ଟର୍‌, ଆଲେକ୍ସ କ୍ୟାରି (ୱିକେଟରକ୍ଷକ), ମିଚେଲ୍ ଷ୍ଟାର୍କ, ସ୍କଟ୍‌ ବୋଲାଣ୍ଡ୍‌, ନାଥନ୍ ଲାୟନ୍‌।

Leave A Reply

Your email address will not be published.