Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚାଷୀଙ୍କୁ ମିଳିବ ୨୯୧ କୋଟି

ଓଏଲ୍‌ ବ୍ୟୁରୋ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ତିନି ଦିନିଆ କୃଷି ଓଡ଼ିଶା-୨୦୨୫ର ସମାରୋହ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ୩ ଦିନ ଧରି ଅନୁଷ୍ଠିତ ହେଉଛି। ସାରା ରାଜ୍ୟରୁ ହଜାର ହଜାର ଚାଷୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି ମେଳାରେ କୃଷି ଉପକରଣ, ଉନ୍ନତ ପ୍ରଣାଳୀର ଚାଷ ପଦ୍ଧତି, ଉନ୍ନତ କିଷମର ବିହନ ଓ ବିଭିନ୍ନ ପ୍ରକାରର କୃଷି ସମ୍ବନ୍ଧୀୟ ଜ୍ଞାନକୌଶଳ ପ୍ରଦର୍ଶିତ କରାଯାଉଛି। ଯାହା ଚାଷୀ ଆୟ ବୃଦ୍ଧିରେ ସହାୟକ ହେବ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି। ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଦିନିଆ ବର୍ଷାରେ ଫସଲ କ୍ଷତି ସହିଥିବା ଚାଷୀଙ୍କୁ ଡ଼ିବିଟି ମାଧ୍ୟମରେ ସହାୟତା ଦିଆଯିବ। କ୍ଷତିଗ୍ରସ୍ତ ୬ ଲକ୍ଷ ୬୬ ହଜାର ପରିବାରକୁ ୨୯୧ କୋଟି ସହାୟତା ରାଶି ଯୋଗାଇ ଦିଆଯିବ।

ତିନି ଦିନିଆ କୃଷି ଓଡ଼ିଶା-୨୦୨୫ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା କୃଷିଭିତ୍ତିକ ଅର୍ଥନୀତି। କୃଷି ଓଡ଼ିଶା’ ଅନ୍ନଦାତାଙ୍କୁ ସମର୍ପିତ। କୋଭିଡ ସମୟରେ ବି ଚାଷୀ ବିଲକୁ ଯାଇ ଚାଷ କରିଛନ୍ତି। କରୋନା ଭୟରେ ସମସ୍ତେ ଘରେ ଥିବାବେଳେ ଚାଷୀ ବିଲରେ ଥିଲେ। ଚାଷୀଙ୍କୁ ସୁରକ୍ଷା ସରକାରଙ୍କ ପ୍ରାଥମିକ ଦାୟିତ୍ୱ।

Leave A Reply

Your email address will not be published.