କାରକେଡ୍ ଛାଡି କାର୍ରେ ଗଲେ ମୁଖ୍ୟମନ୍ତ୍ରୀ, ସାରଥି ସାଜିଲେ ଉପମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ତିନି ଦିନିଆ କୃଷି ଓଡ଼ିଶା-୨୦୨୫ର ସମାରୋହ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ୩ ଦିନ ଧରି ଅନୁଷ୍ଠିତ ହେଉଛି। ସାରା ରାଜ୍ୟରୁ ହଜାର ହଜାର ଚାଷୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି ମେଳାରେ କୃଷି ଉପକରଣ, ଉନ୍ନତ ପ୍ରଣାଳୀର ଚାଷ ପଦ୍ଧତି, ଉନ୍ନତ କିଷମର ବିହନ ଓ ବିଭିନ୍ନ ପ୍ରକାରର କୃଷି ସମ୍ବନ୍ଧୀୟ ଜ୍ଞାନକୌଶଳ ପ୍ରଦର୍ଶିତ କରାଯାଉଛି। ତେବେ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଲା ନିଆରା ଦୃଶ୍ୟ।
ନାନୋ କାରରେ ବସି ବରମୁଣ୍ଡା ପଡିଆରୁ ଲୋକସେବା ଭବନକୁ ଗଲେ ମୁଖ୍ୟମନ୍ତ୍ରୀ। ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ରହିଥିଲେ। ଯିଏକି ଏହି ନାନୋ କାରକୁ ଡ୍ରାଇଭ୍ କରୁଥିଲେ। ଏହାସହ ତାଙ୍କ କାରର ପଛ ସିଟରେ କୃଷି ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ବସିଥିଲେ। ତେବେ ପ୍ରୋଟୋକଲ୍ ଭାଙ୍ଗି ଆଜି ନାନୋ କାରରେ ବସି ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଛି। ତେବେ କାରକେଡ୍ ଛାଡି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନାନୋ ଗାଡିରେ ଯିବାକୁ ନେଇ ଚର୍ଚ୍ଚା ବଢିଛି।