Odisha Link
Bridging the Missing Links in Odisha

ଆକାଶଛୁଆଁ ସୁନା ଦର, ମଣପୁରମରୁ ସୁନା ଅଳଙ୍କାର ଲୁଟିନେଲେ ଲୁଟେରା

ଓଏଲ୍‌ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏସବୁ ମଧ୍ୟରେ ସମ୍ବଲପୁରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଏକ ବଡ ଧରଣର ଲୁଟ୍‌ ହୋଇଛି।

ଲୁଟେରାମାନେ ଅଇଁଠାପାଲି ଅନ୍ତର୍ଗତ ବୁଢାରଜା ଛକ ସ୍ଥିତ ମଣପୁରମ୍‌ ଗୋଲ୍ଡରୁ ବିପୁଳ ସୁନା ଅଳଙ୍କାର ଲୁଟ୍‌ କରି ଫେରାର ହୋଇ ଯାଇଛନ୍ତି। ଲୁଟେରାମାନେ ବାଇକ୍‌ରେ ଆସିଥିଲେ ଓ ବନ୍ଧୁକ ଦେଖାଇ ପ୍ରାୟ ୩୦ କେଜି ସୁନା ଲୁଟ୍‌ କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସୁନା ଦର ଆକାଶ ଛୁଆଁ ହୋଇଥିବାବେଳେ ମଣପୁରମ୍‌ ଗୋଲ୍ଡରୁ ବିପୁଳ ସୁନା ଅଳଙ୍କାର ଲୁଟ୍‌ ହୋଇଛି ।

Leave A Reply

Your email address will not be published.