ହକି ପରେ ଜାତୀୟ ଖୋ ଖୋ ଦଳର ପ୍ରାୟୋଜକ ହେବ ଓଡ଼ିଶା, ୩ ବର୍ଷରେ ଖର୍ଚ୍ଚ ହେବ ୧୫ କୋଟି
ଓଏଲ୍ ବ୍ୟୁରୋ: ଜାତୀୟ କ୍ରୀଡ଼ା ଜଗତରେ ନୂଆ କିର୍ତ୍ତୀମାନ ସ୍ଥାପନ କଲେ ଓଡ଼ିଶା ସରକାର। ପ୍ରଥମ ରାଜ୍ୟ ଭାବେ ୨ଟି ଜାତୀୟ ଦଳର ପ୍ରାୟୋଜକ ହେବ ଓଡ଼ିଶା। ପୂର୍ବରୁ ଜାତୀୟ ହକି ଦଳର ପ୍ରାୟୋଜକ ଥିବା ଓଡ଼ିଶା ସରକାର ଏବେ ଜାତୀୟ ଖୋ ଖୋ ଦଳର ପ୍ରାୟୋଜକ ହେବାକୁ ଯାଉଛନ୍ତି।
୩ ବର୍ଷ ପାଇଁ ଜାତୀୟ ଖୋ ଖୋ ଦଳର ପ୍ରାୟୋଜକ ରହିବେ ଓଡ଼ିଶା ସରକାର। ଏଥିପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର। ବର୍ଷକୁ ୫ କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର।
ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ। ଓଡ଼ିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ ଖେଳକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ‘ଖୋ ଖୋ’ ଖେଳର ଜାତୀୟ ଟିମକୁ ଆଗାମୀ ୩ ବର୍ଷ ପାଇଁ ସ୍ପନସର କରିବେ। ଏହି ସ୍ପନସରସିପର ଅବଧି ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ରହିବ। ଏଥିପାଇଁ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଓଡ଼ିଶା ଖଣି ନିଗମ ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟାରୁ ସୂଚନା ଦିଆଯାଇଛି।