୮ରୁ ପ୍ରବାସୀ ଭାରତୀୟ ଦିବସ, ମୁତୟନ ହେବେ ୪୦ ପ୍ଲାଟୁନ ପୁଲିସ ଫୋର୍ସ
ଓଏଲ୍ ବ୍ୟୁରୋ: ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ସଫଳ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଥିବାବେଳେ ଡବଲ ଡେ଼କର ବସ ମଧ୍ୟ ଓଡ଼ିଶାରେ ପହଂଚି ସାରିଛି। ପ୍ରବାସୀ ଭାରତୀୟ ଦିବସ ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ସୁରକ୍ଷା କାର୍ଯ୍ୟରେ ମୋଟ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ୬୫୦ ଜଣ ବରିଷ୍ଠ ଅଫିସର ସୁରକ୍ଷା ଉପରେ ନଜର ରଖିବେ। ସେହିପରି ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ। ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦେଇଛି ପୁଲିସ। ଏହି ତିନିଦିନିଆ ସମ୍ମିଳନୀ ସମୟରେ ଯେପରି ଟ୍ରାଫିକ ସମସ୍ୟା ନହେବ ସେନେଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ପରିପେକ୍ଷୀରେ କମିଶନରେଟ ପୁଲିସ ପକ୍ଷରୁ ପୁଲିସ ମାସ୍କଟ ଉନ୍ମୋଚନ କରାଯାଇଛି। ସେହିପରି ପ୍ରବାସୀ ଭାରତୀୟମାନଙ୍କ ପାଇଁ ପୁଲିସର ହେଲ୍ପ ଲାଇନ ନମ୍ବର ୧୯୬୫ ଜାରି କରଯାଇଛି।