Odisha Link
Bridging the Missing Links in Odisha

ଆଜିଠୁ ବରଗଡ଼ ଧନୁଯାତ୍ରା, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଓଏଲ୍‌ ବ୍ୟୁୁୁରୋ: ଆଜିଠୁ ୧୧ ଦିନ ପାଇଁ ସମସ୍ତେ ଫେରିଯିବେ ଦ୍ବାପର ଯୁଗକୁ। କାରଣ ଆଜିଠୁ ଆରମ୍ଭ ହେଉଛି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। ଆଜିଠୁ ଚାଲିବ କଂସରାଜ। ବରଗଡ଼ ସହର ପାଲଟିବ ମଥୁରାନଗରୀ। ଆଉ କଂସଙ୍କ ଅଟ୍ଟହାସ୍ୟ ଓ ଆଦେଶରେ ଥରହର ହେବ ମଥୁରାନଗରୀ। ବରଗଡ଼ ଧନୁଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି କହିଛନ୍ତି, ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ଧନୁଯାତ୍ରା ଦେଶ ବିଦେଶରେ ପ୍ରସିଦ୍ଧ। ପୌରାଣିକ କଥା ଆଧାରରେ ପ୍ରସ୍ତୁତି ଆଧ୍ୟାତ୍ମିକ ଭାବନା ସଞ୍ଚାର କରିବ। ଧନୁଯାତ୍ରାର ସଫଳ ଆୟୋଜନର କାମନା କରୁଛି।

ଆଜିଠୁ ୧୩ ତାରିଖ ଯାଏଁ ବରଗଡ଼ ପାଲଟିଯିବ ମଥୁରାନଗରୀ ଏବଂ ଅମ୍ବାପାଲି ହୋଇଯିବ ଗୋପପୁର। ସମସ୍ତେ ଫେରିଯିବେ ସେହି ଦ୍ୱାପର ଯୁଗକୁ। ୮ କିମି ପରିଧି ମଧ୍ୟରେ ୩ଟି ଦରବାର (ରାଜଦରବାର, ରଙ୍ଗମହଲ, ନନ୍ଦରାଜାଙ୍କ ଦରବାର) ଓ ୧୮ଟି ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅଭିନୀତ ହେବ। ବହୁଦିନ ଧରି ଯାତ୍ରା ପାଇଁ ଚାଲିଥିବା ମଞ୍ଚ, ତୋରଣ ସହ କଳାକାରମାନଙ୍କ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏଥର ଯାତ୍ରାକୁ ଖୁବ ଆକର୍ଷଣୀୟ କରାଯିବାକୁ ନିଷ୍ପତ୍ତି ହୋଇଛି।

ସେହିପରି ସଂଧ୍ୟା ୭ଟାରେ ହାଟପଦା ରାଜଦରବାରରେ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ। ରାମଜୀମନ୍ଦିରରେ ଦେବକୀ ଓ ବସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମହାରାଜ କଂସଙ୍କ ସିଂହାସନ ଆରୋହଣ ସହ ୧୧ ଦିନିଆ କଂସ ରାଜୁତି ଆରମ୍ଭ ହେବ।

Leave A Reply

Your email address will not be published.