Odisha Link
Bridging the Missing Links in Odisha

ନୂଆବର୍ଷରେ ନୂଆଦିଲ୍ଲୀକୁ ବଡ଼ ଭେଟି: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁୁୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ଠାରେ ଏକାଧିକ ଉନ୍ନୟନ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଜେ.ଜେ. କ୍ଲଷ୍ଟର୍‍ ବାସିନ୍ଦାଙ୍କ ପାଇଁ ପ୍ରାୟ ୧୭ ହଜାର ନବନିର୍ମିତ ବାସଗୃହକୁ ଉଦ୍‍ଘାଟନ କରିବା ସହିତ ଅଶୋକ ବିହାର ଅଞ୍ଚଳରେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଚାବି ହସ୍ତାନ୍ତର କରିବେ। ଦିଲ୍ଲୀ ଅଶୋକ ବିହାରରେ ବସ୍ତି ବାସିନ୍ଦାଙ୍କ ପାଇଁ ୧୬୭୫ ନୂଆ ଫ୍ଲାଟ୍‌ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି।

ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଇନ୍‍-ସିଟୁ ବସ୍ତି ଥଇଥାନ ପ୍ରକଳ୍ପର ଏହି ନବନିର୍ମିତ ଗୃହ ଗୁଡ଼ିକ ହେଉଛି ଦ୍ୱିତୀୟ ସଫଳ ପଦକ୍ଷେପ। ଜେ.ଜେ. କ୍ଲଷ୍ଟରବାସୀନ୍ଦାଙ୍କୁ ଉପଯୁକ୍ତ ସୁବିଧା ସହିତ ଉନ୍ନତ ତଥା ସୁସ୍ଥ ଜୀବନଯାପନ ପରିବେଶ ପ୍ରଦାନ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ବିଶ୍ୱବାଣିଜ୍ୟ କେନ୍ଦ୍ରର ୬୦୦ରୁ ଅଧିକ ଜରାଜୀର୍ଣ୍ଣ ଗୃହ ବଦଳରେ ଅତ୍ୟାଧୁନିକ ବାଣିଜ୍ୟିକ ଟାୱାର୍‍ ନିର୍ମାଣ ମାଧ୍ୟମରେ ଏହି କ୍ୱାଟର୍ସ୍‍ ଗୁଡ଼ିକ ନିର୍ମାଣ କରାଯାଇଛି। ଏଥିରେ ୨ହଜାର ୫୦୦ରୁ ଅଧିକ ଆବାସିକ ଗୃହ ରହିଛି।

ପ୍ରଧାନମନ୍ତ୍ରୀ ଦ୍ୱାରକା ଠାରେ ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର୍‍ ସମନ୍ୱିତ କାର୍ଯ୍ୟାଳୟ ପରିସରକୁ ଉଦ୍‍ଘାଟନ କରିବେ। ସେହିଭଳି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୬୦୦ କୋଟିରୁ ଅଧିକ ବ୍ୟୟ ଅଟକଳରେ ତିନୋଟି ନୂତନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ। ନଜଫଗଡ଼ର ରୋସନପୁରା ଠାରେ ବୀର ସାବରକର କଲେଜ୍‍ର ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି।

Leave A Reply

Your email address will not be published.