Odisha Link
Bridging the Missing Links in Odisha

ଏଣିିକି ସବୁ ଗାଡ଼ିରେ ଲାଗିବ ସ୍ମାର୍ଟ ଡିଭାଇସ୍

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ। ଚାଲିଛି ସଚେତନତା ଶୋଭାଯାତ୍ରା ଓ ବୁଲୁଛି ରଥ। ଜାତୀୟ ସଡ଼କ ସୁରକ୍ଷା ଅଭିଯାନ ଅବସରରେ ରାଜ୍ୟ ସ୍ତରୀୟ ଉତ୍ସବର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସଚେତନ ନାଗରିକ ଭାବେ ସମସ୍ତଙ୍କ ସୁରକ୍ଷା ପାଇଁ ଟ୍ରାଫିକ ନିୟମ ମାନିଚଳିବା ପାଇଁ ଶପଥ ପାଠ କରାଇଛନ୍ତି। ରାଜ୍ୟରେ ପରିବହନ ବ୍ୟବସ୍ଥା ଆହୁରି ସୁଗମ କରିବାକୁ ‘ଯାତ୍ରୀ ଆପ’ ର ଶୁଭ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହିତ ଆଉ ଏକ ବଡ଼ ଘୋଷଣା କରିିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଏଣିକି ସମସ୍ତ ଗାଡ଼ିରେ ଲାଗିବ ସ୍ମାର୍ଟ ଡିଭାଇସ୍‌। ଯାହାଫଳରେ କମିବ ଦୁର୍ଘଟଣାର ମାତ୍ରା। ଆଇଆଇଟି ମାଡ୍ରାସ ସହ ଅନ୍ୟମାନଙ୍କ ସାଙ୍ଗରେ ଚୁକ୍ତି ସରିଛି। ଡ୍ରାଇଭର ଅନ୍ୟମନସ୍କ ହେଲେ କିମ୍ବା ଆଖି ଲାଖିଗଲେ ସ୍ମାର୍ଟ ଡିଭାଇସ ସାଇରନ୍ ଦେବ। ମଦପିଇ ଗାଡି ଚଳେଇଲେ ମଧ୍ୟ ଏକ ଶବ୍ଦ ଶୁଣାଯିବ। ଯାହା ଡ୍ରାଇଭରକୁ ସଚେତନ କରାଇବ। ରୋଡ ହିପ୍ନୋଟିଜମକୁ ମଧ୍ୟ ଏଡ଼ାଇବ ଏହି ଡିଭାଇସ ବୋଲି ଶ୍ରୀ ମାଝୀ କହିଛନ୍ତି।

ଆଜି ଓଡ଼ିଶା ଯାତ୍ରୀ ଆପ ଉଦଘାଟନ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଲା, ଉବର ସବୁ କମର୍ସିଆଲ ବେସିସ,ଅର୍ଥାତ ମିଡ଼ିଲ ମ୍ୟାନ ଲାଭବାନ ହେଉଛି। ଡ୍ରାଇଭର ମାନଙ୍କଠାରୁ କମିଶନ ନେଉଛି କମ୍ପାନୀ। ଏଥିରେ ସ୍ଵଛତା ଆଣିବା ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ଆପ କରାଯାଇଛି। ଓଡ଼ିଶା ଯାତ୍ରୀ ଆପ୍ ପ୍ରବାସୀ ଭାରତୀୟ ଦିବସରେ ମଧ୍ୟ ଲାଗିବ। ଏହାଦ୍ବାରା ଯାତ୍ରୀ ମାନେ ସୁରକ୍ଷିତ ଭାବେ ଯାତ୍ରା କରିବେ ।

Leave A Reply

Your email address will not be published.