Odisha Link
Bridging the Missing Links in Odisha

ଦିଲ୍ଲୀ ନିର୍ବାଚନ: ୨୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ଚିନ୍ତାରେ ଆପ୍‌

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ସଜବାଜ। ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ୨୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ।

ନୂଆଦିଲ୍ଲୀ ଆସନରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ପ୍ରବେଶଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିପକ୍ଷରେ କାଲକାଜୀରେ ବରିଷ୍ଠ ନେତା ରମେଶ ବିଧୂଡ଼ୀଙ୍କୁ ଛିଡ଼ା କରିଛି।

ସେହିପରି ଆପ୍ ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ମନ୍ତ୍ରୀ ରାଜ କୁମାର ଆନନ୍ଦ ଓ କୈଳାଶ ଗହଲୋତଙ୍କୁ ମିଳିଛି ଟିକେଟ। ରାଜ କୁମାର ଆନନ୍ଦଙ୍କୁ ପଟେଲ ନଗରରୁ ପ୍ରାର୍ଥୀ କରାଯାଇଥିବା ବେଳେ କୈଳାଶ ଗହଲୋତଙ୍କୁ ବିଜୱାସନରୁ ଟିକେଟ ଦିଆଯାଇଛି। ଆପ୍‌ରୁ ବିଜେପିକୁ ଡେଇଁଥିବା ବିଧାୟକ କରତାର ସିଂହ ତନୱରଙ୍କୁ ଛତରପୁର ଆସନରୁ ପ୍ରାର୍ଥୀ କରାଯାଇଛି।

ମୁଖ୍ୟମନ୍ତ୍ରୀ ଆତିଶଙ୍କ ବିରୋଧରେ ରମେଶ ବିଧୁଡି ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଏହି ୨୯ ଲିଷ୍ଟରେ ସାମିଲ ଅଛନ୍ତି ୧୦ ହାଇ ପ୍ରୋଫାଇଲ୍‌ ସିଟ୍‌। ତେବେ ପରଭେଶ ବର୍ମାଙ୍କ ଟିକେଟ୍‌ ମିଳିବା ପରେ ହାଇ ପ୍ରୋଫାଇଲ୍‌ ନୂଆ ଦିଲ୍ଲୀ ବିଧାନସଭା ସିଟ୍‌ରେ ରୋମାଞ୍ଚକର ଲଢେଇ ହେବାର ଆଶା କରାଯାଉଛି। ସେହିପରି ଶିଲା ଦିକ୍ଷୀତିଙ୍କ ପୁଅ ସନ୍ଦିପ ଦୀକ୍ଷିତଙ୍କୁ ମଇଦାନକୁ ଓହ୍ଲାଇଛି କଂଗ୍ରେସ। ଏଥର ତ୍ରିକୋଣିୟ ମୁକାବିଲା ହେବା ନେଇ ଆଲୋଚନା କରାଯାଉଛି।

Leave A Reply

Your email address will not be published.