ଅବସର ନେଇ ମୁହଁ ଖୋଲିଲେ ହିଟ୍ ମ୍ୟାନ୍
ଓଏଲ୍ ବ୍ୟୁରୋ: ଟିମ୍ ଇଣ୍ଡିଆ ବକ୍ସିଂ ଡେ’ ଟେଷ୍ଟ ହାରିବା ପରେ ଅଧିନାୟକ ରୋହିତ ଶର୍ମାଙ୍କ କ୍ୟାରିୟରକୁ ନେଇ ଲାଗି ରହିଛି ଚର୍ଚ୍ଚା। ସିଡନୀରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟରେ ସେ ଖେଳୁ ନ ଥିବାରୁ ଏହି ଚର୍ଚ୍ଚା ଜୋର ଧରିଛି। ତେବେ ରୋହିତ ନିଜ ଅବସର ସମ୍ପର୍କରେ ମୁହଁ ଖୋଲି ସ୍ପଷ୍ଟ କରିଛନ୍ତି। ସେ ଅବସର ନେଇନାହାନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଦଳର ହିତ ଦୃଷ୍ଟିରୁ ମୁଁ ନେଇଛି ବଡ଼ ନିଷ୍ପତ୍ତି। ହେଲେ ଏବେ ମୁଁ ସନ୍ନ୍ୟାସ ନେଉନାହିଁ, ଗୋଟିଏ ମ୍ୟାଚ୍ରୁ ବିଶ୍ରାମ ନେଇଛି।
ରୋହିତ ଶର୍ମା ସିଡନୀ ଟେଷ୍ଟର ୨ୟ ଦିନରେ କହିଛନ୍ତି ଯେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇ ନାହିଁ। କେବଳ ଗୋଟିଏ ମ୍ୟାଚ୍ ପାଇଁ ସେ ବିଶ୍ରାମ ନେଇଛନ୍ତି। ସିଡନୀ ଟେଷ୍ଟ ନଖେଳିବା, ତାଙ୍କ ନିଜସ୍ୱ ନିଷ୍ପତ୍ତି ବୋଲି କହିଛନ୍ତି ରୋହିତ। ଦଳର ହିତ ପାଇଁ ଏପରି ଏକ ବଡ଼ ନିଷ୍ପତ୍ତି ନେଇଥିବା ରୋହିତ ଶର୍ମା କହିଛନ୍ତ । ଏବେ ସେ କ୍ରିକେଟ୍ ଛାଡି ଯାଉନାହାନ୍ତି ବୋଲି କହିଛନ୍ତି ରୋହିତ ଶର୍ମା।
ସେ ଆହୁରି କହିଛନ୍ତି, ମୁଁ ଏତେଶୀଘ୍ର ଅବସର ନେଉନାହିଁ। ମୋ ପ୍ରଦର୍ଶନ ଭଲ ନ ଥିବାରୁ ଚଳିତ ଟେଷ୍ଟରେ ଖେଳୁନାହିଁ। କଠିନ ପରିଶ୍ରମ ଜାରି ରଖିବି ଏବଂ ଖୁବଶୀଘ୍ର ଦଳକୁ ଫେରିବି। କୌଣସି ବ୍ୟକ୍ତି ମୋ ବିଷୟରେ ଗଣମାଧ୍ୟମରେ କ’ଣ ଲେଖିଲେ ସେଥିରୁ ତାଙ୍କ ଉପରେ କୌଣସି ଫରକ ପଡ଼ିନାହିଁ। ସେମାନେ ଆମ ପାଇଁ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ରୋହିତ କହିଛନ୍ତି।