ରାଜରାସ୍ତାରେ ବିଜେଡି, ଦରଦାମ ବୃଦ୍ଧି ପ୍ରତିବାଦରେ ରଣହୁଙ୍କାର
ଓଏଲ୍ ବ୍ୟୁରୋ: ବିଜେଡିର ରଣହୁଙ୍କାର। ରାଜଧାନୀରେ ଗର୍ଜନ କରୁଛି ବିଜୁ ଜନତା ଦଳ। ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛି ବିଜେଡି। ବିଜେପି ଦେଇଥିବା ମିଛ ପ୍ରତିଶୃତି ଓ ବିଫଳ ଅର୍ଥନୈତିକ ପରିଚାଳନାକୁ ଟାର୍ଗେଟ କରି ଲୋୟର ପିଏମଜିଠାରେ ଗଣ ବିକ୍ଷୋଭ କରୁଛି। ଭୁବନେଶ୍ବର ଲୋୟର ପିଏମଜିଠାରେ ବିଶାଳ ଗଣବିକ୍ଷୋଭ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ସାମିଲ ହେବେ।
ବିଜେଡିର ବରିଷ୍ଠ ନେତା ରାଜରାସ୍ତାରେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବାବେଳେ ରାଜ୍ୟସରକାରଙ୍କ ଜନବିରୋଧୀ ନୀତି, ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗରେ ଗର୍ଜନ କରୁଛନ୍ତି। ବିଜେପି ଦେଇଥିବା ମିଛ ପ୍ରତିଶୃତି ଓ ବିଫଳ ଅର୍ଥନୈତିକ ପରିଚାଳନାକୁ ଟାର୍ଗେଟ କରି ଲୋୟର ପିଏମଜିଠାରେ ଗଣ ବିକ୍ଷୋଭରେ ସାମିଲ ହୋଇଛନ୍ତି ରାଜ୍ୟର ହଜାର ହଜାର ବିଜେଡି କର୍ମୀ। ଦରବୃଦ୍ଧି ନିୟନ୍ତ୍ରଣରେ ରାଜ୍ୟ ସରକାର ବିଫଳ, ବିଜେପି ଦେଇଥିବା ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା, ରାଜ୍ୟରେ ବଢୁଛି ଚାଷୀ ଆତ୍ମହତ୍ୟା, ଦରଦାମ ବୃଦ୍ଧି ଯୋଗୁ ହାଣ୍ଡିଶାଳରେ ପଡ଼ିଛି ଚଡ଼କ, କମୁନାହିଁ ପେଟ୍ରୋଲ, ଡିଜେଲ ଦର ଏଭଳି କିଛି ପ୍ରସଙ୍ଗକୁ ବିଜେଡି ବିକ୍ଷୋଭ କରୁଛି।