ବିଜାପୁରରେ ବିସ୍ଫୋରଣ: ୮ ଯବାନ ସହିଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗାଡ଼ିରେ ବିସ୍ଫୋରଣ ହୋଇଛି। ଆଇଡି ବିସ୍ଫୋରଣରେ ବଡ ଧରଣର ଅଘଟଣ ଘଟିଛି। ମାଓ ଆକ୍ରମଣରେ ୮ ଯବାନ ଓ ଜଣେ ଗାଡି ଚାଳକ ସହିଦ ହୋଇଥିବା ସୂଚନା ରହିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସମାଜରେ ହିଂସାର କୌଣସି ସ୍ଥାନ ନାହିଁ। ହିଂସା ପରାୟଣ ବ୍ୟକ୍ତିଙ୍କୁ ଉଚିତ ଜବାବ ଦିଆଯିବ।