ରାଜ୍ୟପାଳଙ୍କୁ ଭେଟିଲେ ପୁଲିସ ଡିଜି, ସୁରକ୍ଷା ଓ ନିରାପତ୍ତା ନେଇ କରାଇଲେ ଅବଗତ
ଓଏଲ୍ ବ୍ୟୁରୋ: ଆଜି ରାଜଭବନ ପରିସରରେ ଓଡ଼ିଶାର ନୂତନ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମହାମହିମ ରାଜ୍ୟପାଳଙ୍କୁ ରାଜ୍ୟର ଆଇନ ଓ ଶୃଙ୍ଖଳା ପରିସ୍ଥିତି,ରାଜ୍ୟବାସୀଙ୍କ ସୁରକ୍ଷା ଓ ନିରାପତ୍ତା ଆଦି ପ୍ରସଙ୍ଗରେ ଡିଜିପି ଅବଗତ କରିଥିବା ସୂଚନା ରହିଛି।
ସୂଚନା ଅନୁସାରେ, ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ ହେଉଛି ଏହି କାର୍ଯ୍ୟକ୍ରମ। ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ, ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ ଓ ପ୍ରବାସୀ ଭାରତୀୟ ଅତିଥିମାନେ ଅଂଶଗ୍ରହଣ କରିବେ। ଏହା ପୂର୍ବରୁ ଭୁବନେଶ୍ୱରରେ କଡା ସ୍ୱରଝଞା ବ୍ୟବସ୍ତା କରାଯାଇଛି ।