Odisha Link
Bridging the Missing Links in Odisha

ବରଗଡ଼ରେ ବଦଳିଲା ଶିକ୍ଷାନୁଷ୍ଠାନର ସମୟ, ଦିନ ୧ଟାରୁ ସ୍କୁଲ ଛୁଟି

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ କଂସଙ୍କ ଶାସନରେ ଦୁଲୁକିଲା ବରଗଡ଼। ବରଗଡ଼ ଧନୁଯାତ୍ରା ମହୋତ୍ସବର ତୃତୀୟ ଦିବସରେ ଗତକାଲି ଗୋପପୁର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆମ୍ବାପାଲି ଗୋପପୁର ରେ ନନ୍ଦୋତ୍ସବ ପାଳନ ହୋଇଛି। ଏହି ଅବସରରେ କୃଷ୍ଣଙ୍କୁ ଦୋଳିରେ ଝୁଲାଇବା ସହ ନଗର କୀର୍ତ୍ତନ ହୋଇଥିଲା। ମଥୁରାରେ ମହାରାଜ କଂସ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ କରିବା ସହ ନଗର ପରିକ୍ରମା କରିଥିଲେ। ରଙ୍ଗମହଲରେ ନାଚ ଗୀତ ଉପଭୋଗ କରିଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ଖଣି ମନ୍ତ୍ରୀ ବିଭୁତି ଜେନା ରାଜ ଦରବାର ରେ ରାଜ ଅତିଥି ଭାବରେ ଯୋଗ ଦେଇଥିଲେ।

ଅନ୍ୟପଟେ, ମଥୁରା ନଗରୀରେ ଥିବା ସବୁ ଶିକ୍ଷାନୁଷ୍ଠାନର ସମୟ ପରିବର୍ତ୍ତନ କରାଯାଇଛି। ସମ୍ଭାବ୍ୟ ଭିଡ ଏବଂ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ବରଗଡ ଜିଲା ଶିକ୍ଷା ବିଭାଗ ଆସନ୍ତା ୬ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମଥୁରାନଗରୀରେ ରହିଥିବା ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢା ସମୟକୁ ପରିବର୍ତ୍ତନ କରିଛି। ଆଜିଠୁ ୧୩ ଯାଏଁ ସମୟ ପରିବର୍ତ୍ତନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଚିଠି ଦେଇଛନ୍ତି। ସମସ୍ତ ସ୍କୁଲରେ ସକାଳ ୮ଟାରୁ ଦିନ ୧ଟା ଯାଏଁ ପାଠପଢ଼ା ହେବ। ଧନୁଯାତ୍ରା ପରେ ପୂର୍ବ ନିର୍ଦ୍ଧାରିତ ସମୟରେ ପାଠପଢ଼ା ଚାଲିବ।

Leave A Reply

Your email address will not be published.