ବ୍ରଜରାଜନଗର ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଓଏଲ୍ ବ୍ୟୁରୋ: ପୁଣି ଜଣେ ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ବ୍ରଜରାଜନଗରର ବିଜେଡି ପୌରାଧ୍ୟକ୍ଷ ଯାଜ୍ଞସେନି ଓରାମଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ୨୩ ଜଣଙ୍କ ମଧ୍ୟରୁ ୨୨ କାଉନସିଲର ଅନାସ୍ଥା ପ୍ରସ୍ଥାବ ଆଣିଛନ୍ତି। ପୌରାଧ୍ୟକ୍ଷଙ୍କ ମନମୁଖୀ କାମ ଓ ଅସହଯୋଗ ଅଭିଯୋଗ କରି ଯାଜ୍ଞସେନୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ୨୨ କାଉନସିଲର ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି।