Odisha Link
Bridging the Missing Links in Odisha

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ପ୍ରସ୍ତୁତି, ବଡ଼ ସୂଚନା ଦେଲେ ବିଜେପି ସଭାପତି..

ଓଏଲ୍‌ ବ୍ୟୁରୋ: ସଜେଇ ହେଉଛି ରାଜଧାନୀ। ଆଉ ଦିନକ ପରେ ଭୁବନେଶ୍ବର ଜନତା ମଇଦାନରେ ତିନିଦିନିଆ ପ୍ରବାସୀ ଭାରତୀୟ ଦିବସର ମେଗା ଇଭେଣ୍ଟ। ଏପର୍ଯ୍ୟନ୍ତ ସାଢ଼େ ୩ ହଜାର ପ୍ରବାସୀ ପଞ୍ଜିକରଣ କରି ସାରିଲେଣି। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସମ୍ମିଳନୀ ମାଧ୍ୟମରେ ବିଶ୍ବସ୍ତରରେ ଓଡ଼ିଶାର ପ୍ରଚାର ପ୍ରସାର ହେବ। ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବାକୁ ବିଜେପି ପକ୍ଷରୁ ଆହ୍ବାନ ଦିଆଯାଇଛି। ଏନେଇ ଆଜି ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆହ୍ବାନ ଦେଇଛନ୍ତି।

ଓଡ଼ିଶାରେ ପୁଣି ଭୁବନେଶ୍ବରରେ ପ୍ରଥମ ଥର ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ଏବଂ ୧୬୦ଟି ଦେଶର ପ୍ରବାସୀ ଆମର ଏଠାକୁ ଆସିବା ଗୁରୁତ୍ବପୂର୍ଣ୍ଣ। ଆତିଥେୟତାରେ କୌଣସି ଗୁଣରେ କମ୍‌ କରାଯିବ ନାହିଁ। ସେମାନେ କିଭଳି ଭଲ ଅନୁଭୂତି ନେଇ ଫେରିବେ, ସେଥିନେଇ ସମସ୍ତେ ଚେଷ୍ଟା କରିବା ଉଚିତ। ଏହି କାମରେ ସରକାରଙ୍କ ସହ ସାଧାରଣ ଲୋକେ ସାମିଲ ହେବା ଦରକାର।

ଆମ ରାଜ୍ୟରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଆମେ ଆମର ଅତିଥିମାନଙ୍କୁ ବୁଲାଇବୁ। ୩ ଦିନ ସାରା ରାଜ୍ୟ ଉତ୍ସବ ମୁଖରିତ ହେବ। ଏଥିରେ ସାମିଲ ହେବା ଲାଗି ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିବେ। ଏହାକୁ ନେଇ ଓଡ଼ିଶାବାସୀ ଉତ୍ସାହିତ ଅଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

Leave A Reply

Your email address will not be published.