ବିିଜିଟି ହାରିବା ପରେ ଅଷ୍ଟ୍ରେଲିଆରେ ଫସିଲା ଟିମ୍ ଇଣ୍ଡିଆ, ଭାରତ ଫେରିବାକୁ ମିଳୁୁନି ଟିକେଟ
ଓଏଲ୍ ବ୍ୟୁରୋ: ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ସମାଲୋଚନାର ଶିକାର ହେଉଛି ଭାରତୀୟ କ୍ରିିକେଟ ଦଳ। ଅନ୍ୟପଟେ ସିଡନୀ ଟେଷ୍ଟ ମ୍ୟାଚ ମାତ୍ର ୩ ଦିନରେ ଶେଷ ହୋଇଯିବାରୁ ଏବେ ଅଷ୍ଟ୍ରେଲିଆରେ ଫସି ରହିଛି ଟିମ୍ ଇଣ୍ଡିଆ। କାରଣ ୨ ମାସିଆ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ଜାନୁଆରୀ ୮ ତାରିଖରେ ଭାରତ ଫେରିଥାନ୍ତା। ହେଲେ ମ୍ୟାଚ ଆଗୁଆ ସରିଯିବାରୁ ଟିମ୍ ସିଡନୀରେ ଫସି ରହିଛି।
ଭାରତର ଦୁଇ ମାସିଆ ଅଷ୍ଟ୍ରେଲିଆ ଗସ୍ତ ଶେଷ ଜାନୁଆରୀ ୭ରେ ହୋଇଥାନ୍ତା ଆଉ ପୁରା ଟିମ୍ ୮ ତାରିଖକୁ ଘରକୁ ଫେରିଥାନ୍ତା। କିନ୍ତୁ ମ୍ୟାଚ ଶୀଘ୍ର ସରିବା କାରଣରୁ କିଛି ଖେଳାଳି ଘରକୁ ଫେରିବାକୁ ଚାହୁଁଛନ୍ତି। ଆଉ ଟିକେଟ ୮ ତାରିଖକୁ ରହିଥିଲା। ତେଣୁ ଯଦି ଟିକେଟ ମିଳିଯାଏ, ତେବେ କିଛି ଖେଳାଳି ଆଜି ଉଡାଣ ଭରିପାରନ୍ତି। ଟିମ୍ ଇଣ୍ଡିଆର ଖେଳାଳି ଏବଂ ମ୍ୟାନେଜମେଣ୍ଟ ସହିତ ମିଡିଆ ଏବଂ ଫ୍ୟାନ୍ସ ମଧ୍ୟ ଭାରତ ଫେରିବାକୁ ଚାହୁଁଛନ୍ତି।
ବିସିସିଆଇ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ଫେରିବାକୁ ଟିକେଟ ଯୋଗାଡ଼ କରୁଛି। ଟିକେଟ ମିଳିବା ପରେ ଟିମ୍ ସ୍ବଦେଶ ଫେରିବ ବୋଲି ସୂଚନା ରହିଛି।ଲଜିଷ୍ଟିକ୍ସ ମ୍ୟାନେଜର ଟିମ୍ ଏହାକୁ ନେଇ କାମ କରୁଛନ୍ତି। ସେମାନେ ଟିକେଟ ଯୋଗାଡ କରି ଖେଳାଳିଙ୍କୁ ଭାରତ ପଠାଇବାକୁ ଚେଷ୍ଟା କରୁଛନ୍ତି।