Odisha Link
Bridging the Missing Links in Odisha

ପ୍ରାକ୍ ବଜେଟ୍ ବୈଠକ: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବଜେଟ ପ୍ରସ୍ତୁତି ଆଲୋଚନା

ଓଏଲ୍‌ ବ୍ୟୁରୋ: ଫେବୃଆରୀ ପହିଲାରେ ୮ମ ଥର ପାଇଁ ୨୦୨୫-୨୬ କେନ୍ଦ୍ରୀୟ ବଜେଟ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ। ଏହା ପୂର୍ବରୁ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ୨୦୨୫-୨୬ କେନ୍ଦ୍ରୀୟ ବଜେଟ ପ୍ରସ୍ତୁତି ନେଇ ଟ୍ରେଡ ୟୁନିଅନର ପ୍ରତିନିଧୀ ମାନଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଲୋଚନା କରିଛନ୍ତି। ଆୟକର ନେଇ ଆଲୋଚନା ହେବା ସହ ଷ୍ଟକ ମାର୍କେଟ ଠୁ ନିବେଶକଙ୍କ ପର୍ଯ୍ୟନ୍ତ ଆଲୋଚନା ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କେନ୍ଦ୍ର ଅର୍ଥ ସଚିବ, ଅର୍ଥବିଭାଗର ମୁଖ୍ୟଙ୍କ ସମେତ ଟ୍ରେଡ ୟୁନିଅନର ପ୍ରତିନିଧୀମାନେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.