Odisha Link
Bridging the Missing Links in Odisha

ଭାରତରେ ବଢ଼ିଲା HMPV ଭୟ, ନାଗପୁରରୁ ୨ ସଂକ୍ରମିତ ଚିହ୍ନଟ

ଓଏଲ୍‌ ବ୍ୟୁରୋ: କୋଭିଡ ମହାମାରୀ ପରେ ଏବେ ଚୀନରେ ଆତଙ୍କ ଖେଳାଉଥିବା ହ୍ୟୁମନ ମେଟାନ୍ୟୁମୋ ଭାଇରସ୍‌ (HMPV)କୁ ନେଇ ସାରା ବିଶ୍ବରେ ଛନକା। ଦିନ ଗଡ଼ିବା ସହିତ ଏହି ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଏବେ ଏହି ଭାଇରସ୍‌ ଭାରତରେ ପ୍ରବେଶ କରି ସାରିଛି। କର୍ଣ୍ଣାଟକର ବେଙ୍ଗାଲୁରୁ ପରେ ଗୁଜରାଟର ଅହମଦାବାଦ ପରେ ମହାରାଷ୍ଟ୍ରରୁ ଚିହ୍ନଟ ହେଲେ ଆଉ ଦୁଇ ହ୍ୟୁମନ ମେଟାନ୍ୟୁମୋ ଭାଇରସ୍‌ (HMPV)ଆକ୍ରାନ୍ତ। ଦିନକରେ ଭାରତରେ ୫ ଜଣ HMPV ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ର ନାଗପୁରରୁ ଆଉ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ ଓ ୧୩ ବର୍ଷ। ଯାହା ଚିନ୍ତାଜନକ ବିଷୟ ପାଲଟିଛି।

ସୂଚନା ଅନୁସାରେ, ଅହମଦାବାଦର ଚାଦଖେଡା ଅଞ୍ଚଳରେ ଜଣେ ୨ ମାସର ଶିଶୁ HMPV ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଶିଶୁଟି ଚିକିତ୍ସା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ସେହିପରି ବେଙ୍ଗାଲୁରୁର ଏକ ହସ୍ପିଟାଲରେ ୮ ମାସର ଛୁଆ ଓ ୩ ମାସର ଛୁଆର ଦେହରେ HMPV ଜୀବାଣୁ ଚିହ୍ନଟ ହୋଇଛି। କର୍ଣ୍ଣାଟକର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଆମେ ଏହାକୁ ଆମ ଲ୍ୟାବରେ ପରୀକ୍ଷା କରିନାହୁଁ। ଏକ ଘରୋଇ ଡାକ୍ତରଖାନାରେ ଏହି ମାମଲାର ଏକ ରିପୋର୍ଟ ଆସିଛି। ଘରୋଇ ଡାକ୍ତରଖାନାର ଏହି ରିପୋର୍ଟ ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ।

HMPV ସାଧାରଣତ ପିଲାମାନଙ୍କଠାରେ ହିଁ ଚିହ୍ନଟ ହୁଏ। ସମସ୍ତ ଫ୍ଲୁ ନମୁନାରେ HMPV ୦.୭ % ଥାଏ। ଏହି ଜୀବାଣୁଙ୍କର ଷ୍ଟ୍ରେନ୍ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଏପର୍ଯ୍ୟନ୍ତ କୌଣସି ସରକାରୀ ନିଶ୍ଚିତତା ନାହିଁ, ଏହି ଜୀବାଣୁ ପରିବେଶରେ ଦେଖିବାକୁ ମିଳେ ଏବଂ ଯଦି ପରୀକ୍ଷା କରାଯାଏ, ତେବେ ଅଧିକାଂଶ ଲୋକ ପଜିଟିଭ୍ ମିଳିବେ, ଏହା ଏକ ସାଧାରଣ ଜୀବାଣୁ। ବର୍ତ୍ତମାନ ଏହା ପାଇଁ କୌଣସି ଟିକା ନାହିଁ, କିନ୍ତୁ ଏହାର ଲକ୍ଷଣ ଥଣ୍ଡା ଭଳି।

Leave A Reply

Your email address will not be published.