ଦାମୀ ଚଷମାରେ ଉଠାଉଥିଲେ ରାମଙ୍କ ଜନ୍ମଭୂମି ଫଟୋ, ଯୁବକଙ୍କୁ ଗିରଫ କଲା ପୁଲିସ
ଓଏଲ୍ ବ୍ୟୁରୋ: ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଦିବ୍ୟ ମନ୍ଦିରରେ ବିରାଜିଛନ୍ତି ରାମଲାଲା। ୨୦୨୪ ଜାନୁଆରୀରୁ ଅଯୋଧ୍ୟା ରାମ ମନ୍ଦିରକୁ ଭକ୍ତ ସମାଗମ ଦେଖିବାକୁ ମିଳୁଛି। କାହିଁ କେତେ ଦୂରରୁ ରାମଲାଲାଙ୍କ ଦର୍ଶନ ପାଇଁ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି। ତେବେ ଭିଡ଼ ନିୟନ୍ତ୍ରଣ ପାଇଁ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି।
ଭକ୍ତଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ତା ରହିଥିବାବେଳେ ମନ୍ଦିର ଭିତରକୁ ମୋବାଇଲ, କ୍ୟାମେରା ସମେତ କୌଣସି ଚମଡା ଜାତୀୟ ଜିନିଷର ପ୍ରବେଶ ନିଷେଧ ହୋଇଛି। ଏସବୁ ଭିତରେ ମଧ୍ୟ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଜରାଟର ଜଣେ ବ୍ୟବସାୟୀ ନିଜ ଚଷମାର ସ୍ପାଏ କ୍ୟାମେରା ଲଗାଇଥିବାବେଳେ ମନ୍ଦିର ଚିତ୍ର ଉତ୍ତୋଳନ କରୁଥିଲେ। ପୁଲିସ ଏହା ଜାଣିବା ପରେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି।