Odisha Link
Bridging the Missing Links in Odisha

ଟାଟା ଠକେଇ ମାମଲା: ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ଵସ୍ତି

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ବସ୍ତି। ସାଂସଦ ପ୍ରଦୀପ ପାଣିଗ୍ରାହୀ ୨ଟି ମାମଲାରେ ନିର୍ଦ୍ଦୋଷ। ଗୋଳନ୍ଥରା ଥାନା ଓ ବୈଦ୍ୟନାଥପୁର ଥାନା ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଆକାଶ ପାଠକ ଓ ତାଙ୍କ ବାପା ଅଭୟକାନ୍ତ ପାଠକ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ନିର୍ଦ୍ଦୋଷ ଘୋଷଣା କଲେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍‌ ଗ୍ରାମାଞ୍ଚଳ। ରାୟ ପ୍ରକାଶ ପରେ ପ୍ରଦୀପ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସତ୍ୟର ବିଜୟ ହୋଇଛି। ପୂର୍ବ ସରକାର ଆକ୍ରୋଶମୂଳକ ଭାବେ ମାମଲା କରିଥିଲେ।

ପୂର୍ବରୁ, ଟାଟା କମ୍ପାନୀରେ ଚାକିରି କରେଇବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଠକି ନେବା ଘଟଣାରେ ନୂଆ ମୋଡ଼ ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ୫ ଜଣ ଅଭିଯୋଗକାରୀ ଅଭିଯୋଗ ପ୍ରତ୍ୟାହାର କରିଥିଲେ। ଟାଟା କମ୍ପାନୀରେ ଚାକିରି କରେଇବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଠକି ନେବା ଘଟଣାରେ ଅଭିଯୋଗ ହୋଇଥିଲା। ଦିନେ ଏହି ମାମଲାରେ ଜେଲ୍‌ ମଧ୍ୟ ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ।

ପ୍ରଦୀପଙ୍କ ଓକିଲ କହିଥିଲେ, ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ୫ ଜଣ ଅଭିଯୋଗକାରୀ ଅଭିଯୋଗ ପ୍ରତ୍ୟାହାର ପାଇଁ କହିଛନ୍ତି। ପ୍ରଶାସନ ଓ ବିଜେଡି ଚାପରେ ଏତଲା ଦେଇଥିଲେ। ଗୋଳନ୍ଥରା ଥାନାରେ ଏତଲା ଲେଖି ଦସ୍ତଖତ କରିବାକୁ ବାଧ୍ୟ । ଘଟଣା ସମ୍ପୂର୍ଣ ମିଛ ବୋଲି କହିଲେ ଦୁଇ ଅଭିଯୋଗକାରୀ। ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି, ସାଂସଦଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ମିଛ।

Leave A Reply

Your email address will not be published.