ଏଥର ବାରବାଟୀରେ ହେବନି କଟକ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ
ଓଏଲ୍ ବ୍ୟୁରୋ: ବଦଳିଲା କଟକ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସର ସ୍ଥାନ। ଏଥର ବାରବାଟୀରେ ହେବନି କଟକ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ। ବାରବାଟୀ ପରିବର୍ତ୍ତେ ବିଡ଼ାନାସୀ ମିନି ଷ୍ଟାଡିୟମରେ ଉତ୍ସବ ହେବ। ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ନୂଆ ସ୍ଥାନରେ ଆୟୋଜନର ତଦାରଖ କରିବେ ଅତିରିକ୍ତ ଜିଲ୍ଲାପାଳ। ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ସୂଚନା ଦେଇଛନ୍ତି।