କାହାର ହେବ ଦିଲ୍ଲୀ ଦରବାର? ଆଜି ଘୋଷଣା ହେବ ନିର୍ବାଚନ ତାରିଖ
ଓଏଲ୍ ବ୍ୟୁରୋ: ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି। ଏଥିପାଇଁ ଆଜି ବିଧିବଦ୍ଧ ଭାବେ ନିର୍ବାଚନ ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ ଅଧିକାରୀ। କେବେ ପଡ଼ିବ ଭୋଟ୍, ଆଉ କେବେ ବାହାରିବ ରେଜଲ୍ଟ ସେ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ। ଅପରାହ୍ଣ ୨ଟାରେ ନିର୍ବାଚନ ଆୟୋଗ ଏନେଇ ସାମ୍ବାଦିକ ସମ୍ମିଳନୀ କରିବେ।
୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ମୋଟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ଅଛନ୍ତି। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୧,୭୩,୯୫୨ ରହିଛି। ସେହିପରି ତୃତୀୟ ଲିଙ୍ଗର ସଂଖ୍ୟା ୧,୨୬୧ ରହିଛି। ଅନ୍ୟପଟେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଫେବ୍ରୁଆରୀ ୨୩ ତାରିଖରେ ସରୁଛି। ତାପୂର୍ବରୁ ହେବ ନିର୍ବାଚନ।
ପୂର୍ବରୁ ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇ ଆସିଛି। ଏଥର କେତୋଟି ପର୍ଯ୍ୟାୟରେ ଭୋଟ୍ ହେବ ତାଉପରେ ନଜର ରହିଛି। ଏଥର ଦିଲ୍ଲୀରେ ତ୍ରିମୁଖୀ ଲଢ଼େଇ ହେବ। ମୁଖ୍ୟତଃ ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ଭିତରେ ମହା ଲଢ଼େଇ ଦେଖିବାକୁ ମିିଳିବ।