ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଢ଼ୋକ୍ତି: ଇଭିଏମରେ ଅନିୟମିତତା ଅସମ୍ଭବ
ଓଏଲ୍ ବ୍ୟୁରୋ: ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି। ଏଥିପାଇଁ ଆଜି ବିଧିବଦ୍ଧ ଭାବେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ନିର୍ବାଚନ ଆୟୋଗ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି। ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ସବୁ ଥର ଭଳି ଏଥର ମଧ୍ୟ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ୮ରେ ଭୋଟ ଗଣତି ହେବ। ୧୦ ଫେବୃଆରୀରେ ନିର୍ବାଚନୀ ପ୍ରକ୍ରିୟା ଶେଷ ହେବ।
ତାରିଖ ଘୋଷଣା ପୂର୍ବରୁ ୨୦୨୪ ନିର୍ବାଚନ ନେଇ ନିର୍ବାଚନ ଆୟୋଗ ମତ ଦେଇଥିଲେ। ୨୦୨୪ ନିର୍ବାଚନରେ ରେକର୍ଡ ନିର୍ବାଚନ ହୋଇଛି। ସ୍ଵଚ୍ଚ ଓ ଅବାଧ ନିର୍ବାଚନ ଦେଶରେ ଉଦାହରଣ ସୃଷ୍ଟି କରିଛି। ୨୦୨୪ ନିର୍ବାଚନୀ ଅନିୟମିତତା ନେଇ ନିର୍ବାଚନ ଆୟୋଗ କହିଛନ୍ତି, ଦେଶରେ EVMର ବିଶ୍ବଶ୍ବନୀୟତା ଏକ ପ୍ରଶ୍ନ ନୁହେଁ। ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଏ। ଦଳୀୟ ଏଜେଣ୍ଟଙ୍କ ସମ୍ନାରେ EVM ଖୋଲା ଯାଉଛି। ସୁପ୍ରିମକୋର୍ଟ କହିଛନ୍ତି EVM ହ୍ୟାକ୍ ସମ୍ଭବ ନୁହେଁ। ଇଭିଏମରେ କୌଣସି ଅନିୟମିତତା ସମ୍ଭବ ନୁହେଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।