ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ନୂଆ ଅଧ୍ୟାୟ, ଡବଲ୍ ଡେକର ଇ-ବସ୍ ଲୋକାର୍ପିତ
ଓଏଲ୍ ବ୍ୟୁରୋ: ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ନୂଆ ଅଧ୍ୟାୟ। ଲୋକାର୍ପଣ ହେଲା ଡବଲ ଡେକର ବସ୍। ଭୁବନେଶ୍ବର ଗାଢ଼କଣ ବସ୍ ଡିପୋରେ ଡବଲ ଡେକର ବସ୍ ଲୋକାର୍ପଣ ହୋଇଛି। ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଇ-ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୫ଟି ଡବଲ ଡେକର ବସ, ୧୦ଟି ହପ୍ ଅନ୍ ହପ୍ ଅଫ୍ ବସ୍ ଉଦ୍ଘାଟନ ହୋଇଛି। ପ୍ରବାସୀଙ୍କୁ କଟକ ଓ ଭୁବନେଶ୍ଵରରୁ ପୁରୀ ନେବ ଡବଲ ଡେକର ବସ୍। ହପ୍ ଅନ୍ ହପ୍ ଅଫ୍ ବସ୍ ଭୁବନେଶ୍ଵର ଭିତରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ନେବ। ଶ୍ରୀମନ୍ଦିର ପ୍ରଶାସନ ବସ୍ କେବଳ ପୁରୀ ଭିତରେ ଯାତାୟାତ କରିବ।
ସୂଚନା ଅନୁସାରେ, ଆସନ୍ତାକାଲିଠୁ ପ୍ରବାସୀ ଭାରତୀୟ ଦିବସ ପାଳନ ହେବ। କାର୍ଯ୍ୟକ୍ରମ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ ହେଉଛି ଏହି କାର୍ଯ୍ୟକ୍ରମ। ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ, ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ ଓ ପ୍ରବାସୀ ଭାରତୀୟ ଅତିଥିମାନେ ଅଂଶଗ୍ରହଣ କରିବେ। ଏହା ପୂର୍ବରୁ ଭୁବନେଶ୍ୱରରେ କଡା ସୁରକ୍ଷା ବ୍ୟବସ୍ତା କରାଯାଇଛି।