ମହାଠକେଇର ମାୟାଜାଲ: ହଂସିକାଙ୍କ ଘର ସମେତ ୧୨ଟି ସ୍ଥାନରେ ରେଡ୍
ଓଏଲ୍ ବ୍ୟୁରୋ: ମହାଠକ ଅନିଲ ମହାନ୍ତି ଓ ହଂସିକା ଅଭିଲିପ୍ସାଙ୍କ ଘରେ ପଶିଲା ଆୟକର ବିଭାଗ। ଏକାକାଳୀନ ୧୨ଟି ସ୍ଥାନରେ ରେଡ କରୁଛି ଆୟକର ବିଭାଗ। ଘର, ଅଫିସ ସମେତ ଆକାଉଣ୍ଟ ଟ୍ରାଞ୍ଜାକ୍ସନରେ ଚାଲିଛି ଖୋଳତାଡ଼। ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ଚାଲିଛି ରେଡ୍।
ମହାଠକେଇର ମାୟାଜାଲର ଚେର ନର୍ଲାରୁ ଦିଲ୍ଲୀ ଭାୟା ଭୁବନେଶ୍ବର ଦେଇ ଲମ୍ବିଥିଲା। ହେଲେ ନଗଦ ଦାମୀ ଗାଡ଼ି କିଣି ଅକଳରେ ପଡ଼ିଯାଇଥିଲେ ହଂସିକା। ଜନ୍ମଦିନରେ ବିନା ଲୋନରେ ପୋର୍ସେ କାର କିଣିବାକୁ ନେଇ ବିବାଦରେ ପଡ଼ିଥିଲେ ଏହି ଦୁଇ ଅଭିଯୁକ୍ତ ଅନିଲ ମହାନ୍ତି ଓ ହଂସିକା ଅଭିଲିପ୍ସା। ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ସାଂଘାତିକ ରାକେଟ୍ ଓ ଠୁଳ କରିଥିଲେ କୋଟି କୋଟି ଟଙ୍କା। ରାଜଧାନୀର ଛାତି ଉପରେ ଅତି ଚତୁରତାର ସହ ଦୀର୍ଘ ଦିନ ହେଲା ରାକେଟ ଚଳାଇଥିବା ବଣ୍ଟି- ବବଲି ଯୋଡ଼ିଙ୍କୁ ବାନ୍ଧି ସାରିଛି ପୁଲିସ।
ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ପତିପତ୍ନୀ ହୋଇ ନ ଥିବା ବେଳେ ଉଭୟ କିନ୍ତୁ ଦୀର୍ଘ ଦିନ ହେଲା ନିଜକୁ ପତିପତ୍ନୀର ପରିଚୟ ଦେଇ ରଘୁନାଥପୁରର ଏକ ହାଇପ୍ରୋଫାଇଲ୍ ଆପାର୍ଟମେଣ୍ଟରେ ରହୁଥିଲେ। ପିଏମଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ୱାଇଁ ବୋଲି ମିଛ ପରିଚୟ ଦେଇ ଚଳାଇଥିଲେ ମିଶନ ମହାଲୁଟ୍। ଏବେ ଏହାର ଖୋଳତାଡ଼ କରୁଛି ପୁୁଲିସ।