ବିଜାପୁରରେ ବିସ୍ଫୋରଣ: ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗାଡ଼ିରେ ବିସ୍ଫୋରଣ ହୋଇଥିଲା। ଆଇଡି ବିସ୍ଫୋରଣରେ ବଡ ଧରଣର ଅଘଟଣ ଘଟିଥିଲା। ମାଓ ଆକ୍ରମଣରେ ୮ ଯବାନ ଓ ଜଣେ ଗାଡି ଚାଳକ ସହିଦ ହୋଇଛନ୍ତି। ସହିଦ୍ ୮ ଯବାନଙ୍କୁ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ସୂଚନା ଅନୁସାରେ, ଗତକାଲି ବିଜାପୁରରେ IED ବିସ୍ଫୋରଣରେ ୮ ଯବାନ ସହିଦ୍ ହୋଇଥିଲେ। ସର୍ଚ୍ଚ ଅପରେସନ୍ ସାରି ଫେରିବା ବେଳେ ହୋଇଥିଲା ହମ୍ଲା। ମାଓ ଆକ୍ରମଣରେ ୮ ଯବାନ ଓ ଜଣେ ଗାଡି ଚାଳକ ସହିଦ ହୋଇଛନ୍ତି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସମାଜରେ ହିଂସାର କୌଣସି ସ୍ଥାନ ନାହିଁ। ହିଂସା ପରାୟଣ ବ୍ୟକ୍ତିଙ୍କୁ ଉଚିତ ଜବାବ ଦିଆଯିବ।