ଆଜିଠୁ ଇନ୍ଦ୍ରାବତୀ ପ୍ରକଳ୍ପରୁ ଜଳ ଯୋଗାଣ ଆରମ୍ଭ, ଉପକୃତ ହେବେ ଶତାଧିକ ଚାଷୀ
ଓଏଲ୍ ବ୍ୟୁରୋ: ବହୁ ପ୍ରତିକ୍ଷୀତ କଳାହାଣ୍ଡି ଜିଲ୍ଲାକୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ଜଳ ଯୋଗାଣ ଆଜିଠୁ ଆରମ୍ଭ ହେବ। ରବି ଧାନ ଚାଷ ପାଇଁ କେନାଲରେ ଜଳ ଯୋଗାଯିବ। ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ଜଳ ଯୋଗାଣ ହେଲେ ୫ଟି ବ୍ଲକ୍ର ୫୩,୩୭୪ ହେକ୍ଟର ଜମି ଜଳସେଚିତ ହେବ। ଏହା ଦ୍ୱାରା କଳାହାଣ୍ଡିର ୨୯୬ଟି ଗାଁର ଚାଷୀ ଉପକୃତ ହେବେ।
ଏକଦା ଭୋକର ଭୂଗୋଳ ଆଖ୍ୟା ପାଇଥିବା କଳାହାଣ୍ଡିକୁ ବିଦ୍ୟୁତ ଉତ୍ପାଦନ ସହ ଧାନ ଉତ୍ପାଦନରେ ବିକଶିତ କରି ଏକ ଅଗ୍ରଣୀ ଜିଲ୍ଲାର ମାନ୍ୟତା ଦେଇଛି ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ। ପ୍ରକଳ୍ପରୁ ବାହାରୁଥିବା ବିଦ୍ୟୁତ ଆଜି ରାଜ୍ୟ ବାହାରେ ଆଲୋକ ଦେଖାଉଛି। ଏବେ କଳାହାଣ୍ଡିର ୨୯୬ଟି ଗାଁର ଚାଷୀଙ୍କୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ଜଳ ଯୋଗାଇବେ ସରକାର।