Odisha Link
Bridging the Missing Links in Odisha

୫ ଦିନ ଭିତରେ ଚାଷୀଙ୍କୁ ମିଳିବ ଆର୍ଥିକ ସହାୟତା

ଓଏଲ୍‌ ବ୍ୟୁରୋ: ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ୧୪ଟି ଜିଲ୍ଲାରେ ଫସଲ ନଷ୍ଟ ହୋଇଥିଲା। କ୍ଷତିପୂରଣ ବାବଦକୁ ଚାଷୀଙ୍କୁ କ୍ଷତିପୂରଣ ଟଙ୍କା ମିଳିବା ଆରମ୍ଭ ହେଲାଣି। ୪ରୁ ୫ ଦିନ ଭିତରେ କ୍ଷତିପୂରଣ ଟଙ୍କା ବଣ୍ଟା ସରିବ। ଏନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ସେ କହିଛନ୍ତି, ଅଦିନିଆ ବର୍ଷାରେ ରାଜ୍ୟର ୧୪ଟି ଜିଲ୍ଲାରେ ଫସଲ କ୍ଷତି ହୋଇଛି। ୨ଟି ଜିଲ୍ଲାରେ ଆଶିଂକ କ୍ଷତି ହୋଇଛି। ପୁରୀ ଜିଲ୍ଲାରେ ସର୍ବାଧିକ କ୍ଷତି ହୋଇଛି। ତା ପଛକୁ ଗଞ୍ଜାମ ଜିଲ୍ଲା ରହିଛି। ପ୍ରାୟ ୬ ଲକ୍ଷ ୬୬ ହଜାର ୭୨୦ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସମୁଦାୟ ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଚାଷ ନଷ୍ଟ ହୋଇଛି ବୋଲି ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟକୁ କ୍ଷତିପୂରଣ ଟଙ୍କା ଦିଆସରିଲାଣି। ବର୍ତ୍ତମାନ ତାହା ଚାଷୀଙ୍କୁ ଆବଣ୍ଟନ କରାଯାଉଛି। ଜଳସେଚିତ ଜମିକୁ ହେକ୍ଟର ପିଛା ୧୫ ହଜାର କ୍ଷତିପୂରଣ ରାଶି ରହିଥିବା ବେଳେ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୭୫୦୦ ଟଙ୍କା ରହିଛି ବୋଲି କହିଛନ୍ତି ଶ

Leave A Reply

Your email address will not be published.