Odisha Link
Bridging the Missing Links in Odisha

ବିଗିଡ଼ିଲା ସ୍ବାସ୍ଥ୍ୟବସ୍ଥା, ଆଇସିୟୁରେ ପ୍ରଶାନ୍ତ କିଶୋର

ଓଏଲ୍‌ ବ୍ୟୁରୋ: ଭାରତୀୟ ରାଜନୀତିରେ ନିର୍ବାଚନ ରଣନୀତିଜ୍ଞ ଭାବେ ଜଣାଶୁଣା ଜନ ସୁରଜ ପାର୍ଟିର ସୁପ୍ରିମୋ ପ୍ରଶାନ୍ତ କିଶୋରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଛି। ପାଟନାର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ପ୍ରଶାନ୍ତ କିଶୋର। ଡିହାଇଡ୍ରେସନ ଓ ଗୋଟିଏ ସଂକ୍ରମଣରେ ପୀଡ଼ିତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାିଥିବା ସୂୂଚନା ରହିଛି।

ପ୍ରଶାନ୍ତଙ୍କ ସ୍ୱାସ୍ଥାବଞ୍ଚା ଯାଞ୍ଚ କରିଥିବା ଜଣେ ଡାକ୍ତର କହିଛନ୍ତି, ପ୍ରଶାନ୍ତ କିଶୋର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି। ସେଗୁଡ଼ିକର ଭଲ ଭାବେ ଯାଞ୍ଚ ହେବା ଦରକାର। ସେ ବର୍ତ୍ତମାନ ସଂକ୍ରମଣ ଓ ଡିହାଇଡ୍ରେସନରେ ପଡ଼ିଛନ୍ତି। ସେ ପୂରା ଦୁର୍ବଳ ହୋଇଯାଇଛନ୍ତି। ତାଙ୍କ ଦେହ ଆଦୌ ଭଲ ନାହିଁ। ତାଙ୍କୁ ଆଇସିୟୁରେ ରଖାଯାଇଛି।

ସବୁଠୁ ବଡ଼କଥା ହେଲା ଡାକ୍ତରଙ୍କ ସାମ୍ନାରେ ସମସ୍ୟା ଏହା କି ପ୍ରଶାନ୍ତ କିଶୋର ହସ୍ପିଟାଲରେ ମଧ୍ୟ ଅନଶନ କରିଛନ୍ତି। ଡାକ୍ତରଙ୍କ କହିବା ସତ୍ତ୍ୱେ ସେ ଓରାଲ ମେଡିସିନ ନେଉ ନାହାନ୍ତି। ଏଥିପାଇଁ ଏବେ ପ୍ରଶାନ୍ତ କିଶୋରଙ୍କ ପତ୍ନୀ ଓ ଭଉଣୀଙ୍କୁ ଡକାଯାଇଛି, ଯିଏ ପାଟଣାର ବାହାରେ ରୁହନ୍ତି। ହସ୍ପିଟାଲରେ ଏମର୍ଜେନ୍ସି ୱାର୍ଡରେ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଯାଇଛି।

Leave A Reply

Your email address will not be published.