Odisha Link
Bridging the Missing Links in Odisha

ବସୁଧୈବ କୁଟୁମ୍ବକମ୍, ଓଡ଼ିଶାରେ ପ୍ରବାସୀ ଭାରତୀୟଙ୍କୁ ସସମ୍ମାନେ ସ୍ୱାଗତ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଭୁବନେଶ୍ୱରରେ ଆରମ୍ଭ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ। ଏନେଇ ଓଡ଼ିଶାରେ ଜମିଲାଣି ଏନ୍‌ଆର୍‌ଆଇଙ୍କ ଭିଡ଼। ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ। ଏନେଇ ଚଳଚଞ୍ଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ୱର। ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତାକାଲି ଠାରୁ ୧୦ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟଙ୍କୁ ସସମ୍ମାନେ ସ୍ୱାଗତ କରାଯାଉଛି। ପଦ୍ମଫୁଲ, ପାରମ୍ପରିକ ନୃତ୍ୟ ଗୀତରେ ସ୍ୱାଗତ କରାଯାଉଛି।

ଅନ୍ୟପଟେ, ପ୍ରବାସୀ ଭାରତୀୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତାକାଲି ଠାରୁ ୧୦ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ଵର କୋଣଅନୁକୋଣରେ ରହୁଥିବା ଭାରତୀୟ ଓଡ଼ିଶା ଆସୁଛନ୍ତି। ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରକୃଷ୍ଟ ଅବସର।

ଏକ ସୁନ୍ଦର ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅଭିଜ୍ଞତା ପ୍ରଦାନ ପାଇଁ ଟ୍ୱିନସିଟିକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଓ ନିର୍ମଳ କରାଯିବା ସହ ଉତ୍ସବ ମୁଖର କରାଯାଇଛି। ମୁଁ ଆପଣମାନଙ୍କୁ ନିବେଦନ କରୁଛି ଯେ ଏହି ଅବସରରେ ଆପଣମାନେ ପ୍ରବାସୀ ଭାରତୀୟଙ୍କୁ ସ୍ଵାଗତ କରନ୍ତୁ ଏବଂ ଯଥୋଚିତ ସମ୍ମାନ ପ୍ରଦର୍ଶନ କରନ୍ତୁ। ଆସନ୍ତୁ, ଆମେ ସମସ୍ତେ ମିଶି ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବା ଏବଂ ପ୍ରବାସୀମାନେ ଯେପରି ଓଡ଼ିଶାରେ ହିଁ ତାଙ୍କ ଜୀବନର ସବୁଠାରୁ ଭଲ ଅନୁଭୂତି ପାଇବେ ସେ ଦିଗରେ ପ୍ରଚେଷ୍ଟା କରିବା।

Leave A Reply

Your email address will not be published.