କାଲିଠୁ ଭୁବନେଶ୍ୱରରେ ୩ ଦିନିଆ ଟ୍ରାଫିକ କଟକଣା, ଏହି ସବୁ ଅଞ୍ଚଳରେ ପ୍ରବେଶ ମନା
ଓଏଲ୍ ବ୍ୟୁରୋ: ଆସନ୍ତାକାଲିଠୁ ପ୍ରବାସୀ ଭାରତୀୟ ଦିବସ ପାଳନ ହେବ। କାର୍ଯ୍ୟକ୍ରମ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ ହେଉଛି ଏହି କାର୍ଯ୍ୟକ୍ରମ। ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ, ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ ଓ ପ୍ରବାସୀ ଭାରତୀୟ ଅତିଥିମାନେ ଅଂଶଗ୍ରହଣ କରିବେ। ଏହା ପୂର୍ବରୁ ଭୁବନେଶ୍ୱରରେ କଡା ସୁରକ୍ଷା ବ୍ୟବସ୍ତା କରାଯାଇଛି। ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆଜିଠୁ ଡବଲ୍ ଡେକର ଇ-ବସ୍ ସେବା ଆରମ୍ଭ ହେବ।
ପ୍ରବାସୀ ଭାରତୀୟ ଦିବସ ପାଇଁ ଟ୍ରାଫିକ କଟକଣା ଜାରି ହୋଇଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଆଡଭାଇଜାରି ପ୍ରସ୍ତୁତ ହୋଇଥିବାବେଳେ ୮ ତାରିଖରୁ ୧୦ ଯାଏଁ କମିଶନରେଟ୍ ପୁଲିସର ଏହି ଟ୍ରାଫିକ କଟକଣା ବଳବତ୍ତର ରହିବ। VVIPଙ୍କ ଗସ୍ତକୁ ଦେଖି ନିର୍ଦ୍ଦିଷ୍ଟ ସମୟ ଓ ଅଞ୍ଚଳ ପାଇଁ କଟକଣା କରାଯାଇଛି। ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଅଞ୍ଚଳ, ପାୱାର ହାଉସ୍, ୧୨୦ ବାଟାଲିୟନ, ଶାସ୍ତ୍ରୀ ନଗର, ବେହେରା ସାହି, ଜୟଦେବ ବିହାର, ଜାଭିୟର, ନାଲ୍କୋ ଛକ ଆଦି ଅଞ୍ଚଳ ପାଇଁ କଟକଣା ଜାରି ହୋଇଛି।