Odisha Link
Bridging the Missing Links in Odisha

୧୩ ତାରିଖ ଯାଏ ବୟନିକାର ନାଇଟ୍ ବଜାର, ରାତିରେ ଗ୍ରାହକଙ୍କୁ ମିଳିବ ଅଧିକ ରିହାତି

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ସମ୍ମିଳନୀ। ଏନେଇ ଚଳଚଞ୍ଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ୱର। ଓଡ଼ିଶାରେ ଜମିଲାଣି ଏନ୍‌ଆର୍‌ଆଇଙ୍କ ଭିଡ଼। ଭୁବନେଶ୍ୱର ଜନତା ମୈଦାନରେ ସମ୍ମିଳନୀ ଆରମ୍ଭ ହୋଇଛି। ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଛନ୍ତି। ଯୁବ ସମାବେଶରୁ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ସମ୍ମିଳନୀ।

ପ୍ରବାସୀ ଭାରତୀୟ ଦିବସ ପାଇଁ ବୟନିକା ବଡ ନିଷ୍ପତ୍ତି ନେଇଛି। ସାରା ରାତି ଖୋଲା ରହିବ ବୟନିକା। ୧୩ ତାରିଖ ଯାଏ ବୟନିକାର ନାଇଟ୍ ବଜାର ଦେଖିବାକୁ ମିଳିବ। ରାତିରେ ଗ୍ରାହକଙ୍କ ପାଇଁ ଅଧିକ ୫ ପ୍ରତିଶତ ରିହାତି ରହିବ। ପ୍ରବାସୀ ଭାରତୀୟ ଦିବସ ପାଇଁ ବୟନିକା ଏଭଳି ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.