Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ: ଆଇନଶୃଙ୍ଖଳା ସ୍ଥିତି ନେଇ ସରକାରଙ୍କୁ ବିଜେଡିର ଟାର୍ଗେଟ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଉପରେ ସାରା ବିଶ୍ବର ନଜର। କାରଣ ଆଜିଠୁ ଆରମ୍ଭ ହୋଇଛି ୧୮ ତମ ପ୍ରବାସୀ ଭାରତୀୟ ଦିବସ। ଏଥିପାଇଁ କଡ଼ା ସୁରକ୍ଷା ଭିତରେ ରହିଛି ଭୁବନେଶ୍ବର। ହେଲେ ଅନ୍ୟପଟେ ରସୁଲଗଡ-ବାଣୀବିହାରର ମୁଖ୍ୟ ରାସ୍ତା ଓଭରବିଜ୍‌ ଉପରେ ବିଚ୍‌ ରାସ୍ତା ଉପରେ ଜଣେ ସଫେଇ କର୍ମଚାରୀଙ୍କୁ ନିର୍ମମ ଭାବେ କରାଯାଇଥିବା ହତ୍ୟା ଘଟଣା ହଇଚଇ ସୃଷ୍ଟି କରିଛି। ହତ୍ୟାକାଣ୍ଡ ମାମଲାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ୨ ଜଣ ଅଭିଯୁକ୍ତ କ୍ୟାମେରା ଲେନ୍ସରେ ଧରା ପଡ଼ିଛନ୍ତି। ଯାହାକୁ ନେଇ ଅଧିକ ତଦନ୍ତ କରୁଛି କମିଶନରେଟ୍‌ ପୁଲିସ।

ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିଜେପିକୁ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମାଲୋଚନା କରିଛନ୍ତି। ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଆଗରୁ ଏପରି କେବେ ହେଉନଥିଲା ଯାହା ଏବେ ହେଉଛି। ପ୍ରବାସୀଙ୍କୁ ଆମେ ସ୍ବାଗତ କଲାବେଳେ ଏପରି ହେଉଛି। ଆଜିର ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମାଲୋଚନା କରିଛନ୍ତି।

ଅନ୍ୟପଟେ, ହତ୍ୟାକାଣ୍ଡ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, କୌଣସି ଅପରାଧୀ ଖସିପାରିବେନି। ଆଜିର ହତ୍ୟାକାଣ୍ଡ ନେଇ ପୋଲିସ ତଦନ୍ତ କରୁଛି। ଦୋଷୀକୁ ନିଶ୍ଚିତ ଧରାଯିବ। ପୂର୍ବ ସରକାରରେ ଅପରାଧ ଘଟାଇ ଦୋଷୀ ପଳାଉଥିଲେ, ପୁଲିସ୍ ଧରି ପାରୁନଥିଲା। ଆମ ସରକାରର ନିଷ୍ପତ୍ତି କୌଣସି ବି ଅପରାଧୀ ଖସି ଯାଇପାରିବେ ନାହିଁ। ସେହି ସମାନ ପୁଲିସ୍ ଏବେ ଅପରାଧୀଙ୍କୁ ଧରୁଛି, କିନ୍ତୁ ପୂର୍ବ ସରକାରରେ ହେଉନଥିଲା।

Leave A Reply

Your email address will not be published.