Odisha Link
Bridging the Missing Links in Odisha

ଓଡ଼ିଆ ନୂଆବର୍ଷରେ ବିଜେଡି ପାଞ୍ଜି ଖୋଲିବ: ପ୍ରଦୀପ ପାଣିଗ୍ରାହୀ

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି। ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ଆଜି ଦୋଷମୁକ୍ତ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ଗତକାଲି ୨ଟି ଓ ଆଜି ୩ଟି ମାମଲାରୁ ପ୍ରଦୀପଙ୍କୁ ଦୋଷମୁକ୍ତ କରିଛନ୍ତି ବ୍ରହ୍ମପୁର ଜେଏମ୍‌ଏଫ୍‌ସି ଗ୍ରାମାଞ୍ଜଳ କୋର୍ଟ। ୫ଟି ମାମଲାରୁ ଦୋଷମୁକ୍ତ ହେବା ପରେ ପ୍ରଦୀପ ପାଣିଗ୍ରାହୀ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛନ୍ତି।

ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଆହୁୁରି ୩ଟି ମାମଲା କ୍ରାଇମବ୍ରାଞ୍ଚରେ ରହିିଛି। ହେଲେ ଏବେ ଯେଉଁ ୫ଟି ମାମଲାରୁ ଦୋଷମୁକ୍ତ ହେଲେ ଶାନ୍ତି ଲାଗୁଛି। ମୋ ପାଇଁ ମୋ ପରିବାର ଯେଉଁ ହଇରାଣ ହୋଇଥିଲେ। ସେଥିରୁ ମଧ୍ୟ ଆଶ୍ବସ୍ତି ମିଳିଛି ଆମକୁ। ସେହି ସବୁ ସମୟକୁ କେବେ ବି ଭୁୁଲି ହେବ ନାହିଁ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ। ଏଥିସହିତ ସେ କହିଛନ୍ତି, ପ୍ରଭୁ ଜଗନ୍ନାଥ, ପ୍ରଭୁ ଲିଙ୍ଗରାଜ ଓ ମାଙ୍କ କୃପା ହେତୁ ଆଜି ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛି। ଏବେ ମନ ଭରି ବ୍ରହ୍ମପୁରବାସୀଙ୍କ ପାଇଁ କାମ କରିବି ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ।

ସେ ଆହୁରି କହିଛନ୍ତି, ମାନ୍ୟବର କୋର୍ଟ ମୋତେ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ମିଛ ମାମଲାରେ ମୋତେ ଚାପିବାକୁ ଚେଷ୍ଟା କରୁଥିଲେ। ସବୁଠୁ ଅଧିକ ମୋ ବାପା, ମା ଆଶ୍ବସ୍ତ ହୋଇଛନ୍ତି।ଏଥିସହିତ ସେ ଆହୁରି କହିଛନ୍ତି ପୁଷ ମାସ ଟା ଚାଲିଛି ସରିଯାଉ ମାଘରେ ପୁଣି ଥରେ ଦେଖା ହେବା। ଓଡ଼ିଆ ନବବର୍ଷରେ ବିଜେଡି ପାଞ୍ଜିଟା ଖୋଲାଯିବ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ।

ସୂଚନାଥାଉକି, ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ନେଇଥିବା ଅଭିଯୋଗ କରି ୫ ଜଣ ଥାନାରେ ମାମଲା ଦାଏର କରିଥିଲେ। ଗୋଳନ୍ଥରା ଥାନାରେ ୪ଟି ଓ ବୈଦ୍ୟନାଥପୁର ଥାନାରେ ହୋଇଥିଲା ଗୋଟିଏ ମାମଲା। ୪ଟି ମାମଲାରେ ପ୍ରଦୀପ ପାଣିଗ୍ରାହୀ ଏକୁଟିଆ ମୁଦାଲା ଥିବା ବେଳେ ଅନ୍ୟ ମାମଲାରେ ଆକାଶ ପାଠକ ଓ ଅଭୟ ପାଠକ ବି ମୁଦାଲା ଥିଲେ। ମାତ୍ର ଗତ ୧୦ ତାରିଖରେ ୨ ଜଣ ଓ ପରେ ୧୮ ତାରିଖରେ ଆଉ ୩ ଜଣ ଏତଲକାରୀ ମାମଲାରୁ ଓହରିଥିଲେ। ବିଜେଡି ଓ ପ୍ରଶାସନର ଚାପ ଯୋଗୁଁ ଏଭଳି ଏତଲା ଦେଇଥିଲେ ବୋଲି ସେମାନେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରିଥିଲେ।

Leave A Reply

Your email address will not be published.