ଭୁବନେଶ୍ବର ବିଭତ୍ସ ହତ୍ୟାକାଣ୍ଡ: କିଏ ଏହି ୨ ଜଣ? ୩ଜଣଙ୍କୁ ଅଟକ ରଖିଛି ପୁଲିସ
ଓଏଲ୍ ବ୍ୟୁରୋ: ଓଡ଼ିଶା ଉପରେ ସାରା ବିଶ୍ବର ନଜର। କାରଣ ଆଜିଠୁ ଆରମ୍ଭ ହୋଇଛି ୧୮ ତମ ପ୍ରବାସୀ ଭାରତୀୟ ଦିବସ। ଏଥିପାଇଁ କଡ଼ା ସୁରକ୍ଷା ଭିତରେ ରହିଛି ଭୁବନେଶ୍ବର। ହେଲେ ଅନ୍ୟପଟେ ରସୁଲଗଡ-ବାଣୀବିହାରର ମୁଖ୍ୟ ରାସ୍ତା ଓଭରବିଜ୍ ଉପରେ ବିଚ୍ ରାସ୍ତା ଉପରେ ଜଣେ ସଫେଇ କର୍ମଚାରୀଙ୍କୁ ନିର୍ମମ ଭାବେ କରାଯାଇଥିବା ହତ୍ୟା ଘଟଣା ହଇଚଇ ସୃଷ୍ଟି କରିଛି। ହତ୍ୟାକାଣ୍ଡ ମାମଲାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ୨ ଜଣ ଅଭିଯୁକ୍ତ କ୍ୟାମେରା ଲେନ୍ସରେ ଧରା ପଡ଼ିଛନ୍ତି। ଯାହାକୁ ନେଇ ଅଧିକ ତଦନ୍ତ କରୁଛି କମିଶନରେଟ୍ ପୁଲିସ।
ହତ୍ୟାକାରୀ ହତ୍ୟାକାଣ୍ଡ ସ୍ଥଳରୁ ଖସିଯିବା ବେଳେ ଜଣେ ଲୋକ ଭିଡିଓ କରିଥିଲା। ଯେଉଁଥରେ ମୁହଁ ସ୍ପଷ୍ଟ ଜଣାପଡ଼ୁ ନଥିବା ବେଳେ ଗାଡ଼ି ନମ୍ବର ଦେଖିବାକୁ ମିଳିଛି। ଦୁର୍ବୃତ୍ତ ହାଣିବା ପରେ ମାରଣାସ୍ତ୍ରକୁ ବ୍ୟାଗରେ ପୁରାଇ ଖସି ପଳାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ମୃତକ ଜଣକ ହେଲେ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ । ସେ ସଫେଇ କର୍ମଚାରୀଙ୍କ ନେତୃତ୍ୱ ନେଉଥିଲେ। ସହଦେବ ସ୍କୁଟିରେ ଯାଉଥିବା ବେଳେ ଦୁର୍ବୃତ୍ତ ବାଇକରେ ଆସି ଗୋଡାଇ ଗୋଡାଇ ତାଙ୍କୁ ବୀଭତ୍ସ ଭାବରେ ହତ୍ୟା କରିଛନ୍ତି। ତାଙ୍କ ବେକ ଓ ଗୋଡରେ ଗଭୀର ଆଘାତ ଲାଗିିଛି । ତେବେ ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଛି ବୋଲି ଅନୁମାନ କରାଯାଉଛି। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚି ଘଟଣାର ଅଧିକ ଖୋଳତାଡ କରୁଛି।