Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ, ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ଆଜି ସକାଳୁ ରାଜଧାନୀ ଭୁବନେଶ୍ବରରେ ଏକ ବୀଭତ୍ସ ହତ୍ୟାକାଣ୍ଡ ପୂରା ସହରକୁ ଦୋହଲାଇଦେଇଛି। ରସୁଲଗଡ଼ରୁ ବାଣୀବିହାର ବିହାର ରାସ୍ତାରେ ଯୁବକଙ୍କ ମୁଣ୍ଡ କାଟିଦେଲେ ଦୁର୍ବୃତ୍ତ। ବାଇକ୍‌ରେ ଗୋଡେଇ ଗୋଡେଇ ନିର୍ମମ ଭାବେ ହତ୍ୟା କରାଯାଇଛି। ଆଜି ଭୁବନେଶ୍ଵରରେ ହତ୍ୟାକାଣ୍ଡ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, କୌଣସି ଅପରାଧୀ ଖସିପାରିବେନି।

ଆଜିର ହତ୍ୟାକାଣ୍ଡ ନେଇ ପୋଲିସ ତଦନ୍ତ କରୁଛି। ଦୋଷୀକୁ ନିଶ୍ଚିତ ଧରାଯିବ। ପୂର୍ବ ସରକାରରେ ଅପରାଧ ଘଟାଇ ଦୋଷୀ ପଳାଉଥିଲେ, ପୁଲିସ୍ ଧରି ପାରୁନଥିଲା। ଆମ ସରକାରର ନିଷ୍ପତ୍ତି କୌଣସି ବି ଅପରାଧୀ ଖସି ଯାଇପାରିବେ ନାହିଁ। ସେହି ସମାନ ପୁଲିସ୍ ଏବେ ଅପରାଧୀଙ୍କୁ ଧରୁଛି, କିନ୍ତୁ ପୂର୍ବ ସରକାରରେ ହେଉନଥିଲା।

ସୂଚନା ଅନୁସାରେ, ଆଜି ରସୁଲଗଡ଼ରୁ ବାଣୀବିହାର ବିହାର ରାସ୍ତାରେ ଯୁବକଙ୍କ ମୁଣ୍ଡ କାଟିଦେଲେ ଦୁର୍ବୃତ୍ତ। ବାଇକ୍‌ରେ ଗୋଡେଇ ଗୋଡେଇ ନିର୍ମମ ଭାବେ ହତ୍ୟା କରାଯାଇଛି। ସକାଳ ୭ଟାରୁ ସାଢ଼େ ୭ଟା ଭିତରେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ରସୁଲଗଡ଼ରୁ ବାଣୀବିହାର ମେନ ରୋଡ଼ରେ ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ହାଣିଦେଲେ। ମୃତକ ହେଲେ କେଦାରପଲ୍ଲି ଅଞ୍ଚଳର ସହଦେବ ନାୟକ। ସେ ସଫେଇ କର୍ମଚାରୀ କଂଘର ସଭାପତି ଥିଲେ।

ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କ ହତ୍ୟାକାଣ୍ଡକୁ ନେଇ ତାଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ। ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ସହଦେବ ନାୟକଙ୍କ ପତ୍ନୀ। ତେବେ ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.