Odisha Link
Bridging the Missing Links in Odisha

ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ପ୍ରବାସୀ ଭାରତୀୟ ସମ୍ମିଳନୀରେ ହେବେ ସାମିଲ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ସମ୍ମିଳନୀ। ଏନେଇ ଚଳଚଞ୍ଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱର ଜନତା ମୈଦାନରେ ସମ୍ମିଳନୀ ଆରମ୍ଭ ହୋଇଛି। ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଛନ୍ତି। ଯୁବ ସମାବେଶରୁ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ସମ୍ମିଳନୀ। ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ। ଏଥିପାଇଁ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟଙ୍କୁ ସସମ୍ମାନେ ସ୍ୱାଗତ କରାଯାଉଛି। ଏହି କ୍ରମରେ ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଜନତା ମୈଦାନରେ ସମ୍ମିଳନୀରେ ସାମିଲ ହେବା ପାଇଁ ଆଜି ରାତି ୮ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବେ। ଆଜି ରାତିରେ ଭୁବନେଶ୍ବର ରାଜଭବନରେ ରହିବେ। ପ୍ରବାସୀ ଭାରତୀୟ ଦିବସ ପାଇଁ ଟ୍ରାଫିକ କଟକଣା ଜାରି ହୋଇଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଆଡଭାଇଜାରି ପ୍ରସ୍ତୁତ ହୋଇଥିବାବେଳେ ଆଜିଠୁ ୧୦ ଯାଏଁ କମିଶନରେଟ୍ ପୁଲିସର ଏହି ଟ୍ରାଫିକ କଟକଣା ବଳବତ୍ତର ରହିବ।

VVIPଙ୍କ ଗସ୍ତକୁ ଦେଖି ନିର୍ଦ୍ଦିଷ୍ଟ ସମୟ ଓ ଅଞ୍ଚଳ ପାଇଁ କଟକଣା କରାଯାଇଛି। ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଅଞ୍ଚଳ, ପାୱାର ହାଉସ୍, ୧୨୦ ବାଟାଲିୟନ, ଶାସ୍ତ୍ରୀ ନଗର, ବେହେରା ସାହି, ଜୟଦେବ ବିହାର, ଜାଭିୟର, ନାଲ୍‌କୋ ଛକ ଆଦି ଅଞ୍ଚଳ ପାଇଁ କଟକଣା ଜାରି ହୋଇଛି।

Leave A Reply

Your email address will not be published.