ପ୍ରବାସୀ ଭାରତୀୟ ଆମ ସଂସ୍କୃତିର ରାଜଦୂତ: ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଭୁବନେଶ୍ୱରରେ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ସମ୍ମିଳନୀ। ଏନେଇ ଚଳଚଞ୍ଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ୱର। ଓଡ଼ିଶାରେ ଜମିଲାଣି ଏନ୍ଆର୍ଆଇଙ୍କ ଭିଡ଼। ଭୁବନେଶ୍ୱର ଜନତା ମୈଦାନରେ ସମ୍ମିଳନୀ ଆରମ୍ଭ ହୋଇଛି। ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଛନ୍ତି। ଯୁବ ସମାବେଶରୁ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ସମ୍ମିଳନୀ।
ଭୁବନେଶ୍ୱର ଜନତା ମୈଦାନରେ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ ଆରମ୍ଭ କରି ଜଗନ୍ନାଥ ଭୂମିରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଜସ୍ର ସ୍ନେହ, ଶ୍ରଦ୍ଧାର ସହ ଆପଣଙ୍କ ଅପେକ୍ଷାରେ ଥିଲୁ। ଆଜି ଅପେକ୍ଷାର ଅନ୍ତ ହେଲା, ସଂପର୍କ ଆହୁରି ସୁଦୃଢ଼ ହେବ। ଓଡ଼ିଶାର ସଂସ୍କୃତି, ଐତିହ୍ୟ ସ୍ବତନ୍ତ୍ର। ଭୁବନେଶ୍ବରରେ ଏହା ଆୟୋଜନ ହେଉଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ।
ଧଉଳି, ଚିଲିକା ଭଳି ପର୍ଯ୍ୟଟନ ସ୍ଥଳୀ ଆପଣମାନେ ବୁଲନ୍ତୁ। ଡାଲମା, ରସଗୋଲା ଭଳି ଓଡ଼ିଆ ଖାଦ୍ୟର ମଜା ନିଅନ୍ତୁ। ଟେମ୍ପଲ୍ ସିଟି ଭୁବନେଶ୍ଵରକୁ ସ୍ଵାଗତ କରୁଛି, ଏହା ସ୍ମରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରବାସୀ ଭାରତୀୟ ଆମ ସାଂସ୍କୃତିକ ରାଜଦୂତ। ଆଜି ଓଡ଼ିଶା ଖଣି ଓ ଇଣ୍ଡଷ୍ଟ୍ରିଜରେ ଅଗ୍ରଣୀ। ପ୍ରତ୍ୟେକ ପ୍ରବାସୀ ଜଣେ ଜଣେ କଲଚୁରାଲ ଆମ୍ବାସଡର। ଆପଣଙ୍କ ସଫଳତା ଆମକୁ ଖୁସି ଦେଇଥାଏ।