ରାଜ୍ୟରେ ଘନ କୁହୁଡ଼ି ଭୟ: ୫ ଜିଲ୍ଲାକୁ ସତର୍କ ସୂଚନା

ଓଏଲ୍ ବ୍ୟୁରୋ: ପୁଣି ଘନକୁହୁଡ଼ିକୁ ନେଇ ସତର୍କତା ଜାରି ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି।
ଆସନ୍ତା ୩ ଦିନ ଯାଏଁ ୫ ଜିଲ୍ଲାକୁ ଘନ କୁହୁଡି ପାଇଁ ସତର୍କ ସୂଚନା ଜାରି ହୋଇଛି। କେନ୍ଦୁଝର, ଝାରସୁଗୁଡ଼ା, କଳାହାଣ୍ଡି, ଜଗତସିଂହପୁର, କେନ୍ଦ୍ରାପଡ଼ାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର। ୨୪ ଘଣ୍ଟା ଭିତରେ ରାଜ୍ୟରେ ଶୀତ ବଢ଼ିବା ନେଇ ପୂର୍ବାନୁମାନ କରାଯାଇଥିବାବେଳେ ୨ରୁ ୪ ଡିଗ୍ରୀ ଯାଏଁ ପାରଦ ଖସିବା ନେଇ ସୂଚନା ଜାରି ହୋଇଛି।