କଟକରେ କଟକଣା: ମହାନଦୀ ପଠାରେ ପିକ୍ନିକ୍ ମନା
ଓଏଲ୍ ବ୍ୟୁରୋ: ଶୀତର ଆଗମନରେ ଚାରିଆଡେ ପିକ୍ନିକ୍ ଋତୁ ଜାରି ରହିଛି। ଅନେକ ଲୋକ ଦୂର ଦୂରାନ୍ତରୁ ଆସି ଓଡିଶା ପରିଦର୍ଶନ କରୁଥିବାବେଳେ ଓଡିଶା ଲୋକ ମଧ୍ୟ ଓଡିଶା ବାହାରକୁ ବୁଲିବାକୁ ଯାଆନ୍ତି। ଅନେକ ଲୋକ ବାଣଭୋଜୀ ମଧ୍ୟ କରୁଥିବା ଦେଖିବାକୁ ମିଳେ। ହେଲେ ବାଣଭୋଜୀ ମଧ୍ୟରେ ସ୍ୱଚ୍ଛତାକୁ ନେଇ ସବୁଠୁ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ବିଭିନ୍ନ ନଦୀ ପଠାରେ ବଣଭୋଜି ପରେ ପ୍ରଦୂଷଣ ଦେଖିବାକୁ ମିଳିଛି। ଯାହାକୁ ନେଇ କଟକ ପ୍ରଶାସନ କଡା ପଦକ୍ଷେପ ନେଇଛି।
ପିକ୍ନିକ୍ ଋତୁରେ କଟକ ମ୍ୟୁନିସିପାଲିଟି ପକ୍ଷରୁ କଡା କଟକଣା ଜାରି ହୋଇଛି। ବୋଟିଂ କ୍ଲବ୍ ଠାରୁ କଟକ-ଇନ୍-କଟକ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି। ତଳ ବାଲିଯାତ୍ରା ପଡ଼ିଆରୁ ଚହଟା ଛକ ଯାଏଁ ମଧ୍ୟ କଟକଣା ରହିଛି। ଭୋଜି ସହ ବିଭିନ୍ନ ଇଭେଣ୍ଟ ଆୟୋଜନ ବାରଣ କରାଯାଇଛି। ଅଳିଆ ଆବର୍ଜନା ହେତୁ ମହାନଦୀ ଦୂଷିତ ହେଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।