Odisha Link
Bridging the Missing Links in Odisha

ଫେବୃଆରୀରେ ଯୁକ୍ତ ଦୁଇ ପରୀକ୍ଷା, କପି ରୋକିବାକୁ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ୱାଡ

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା। ଆଉ ଏହା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ହେବ। ୧୮ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଏମ୍‌ଆଇଏଲ୍‌ (ଓଡ଼ିଆ) ପରୀକ୍ଷା ଅଛି। ୧୯ ତାରିଖରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ସେଦିନ ସେମାନଙ୍କର ଏମ୍‌ଆଇଏଲ୍‌ (ଓଡ଼ିଆ) ପରୀକ୍ଷା ଅଛି। ୨୦ ତାରିଖରୁ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଜିଲ୍ଲାସ୍ତରୀୟ ସ୍କ୍ୱାଡ ଗଠନ ହେବ। କପି ରୋକିବାକୁ ଜିଲ୍ଲାସ୍ତରୀୟ ସ୍କ୍ୱାଡ ଗଠନ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

Leave A Reply

Your email address will not be published.