ମହାଠକେଇର ମାୟାଜାଲ: ହଂସିତାଙ୍କ ବିସ୍ଫୋରକ ବୟାନ..
ଓଏଲ୍ ବ୍ୟୁରୋ: ଚର୍ଚ୍ଚାରେ ମହାଠକ ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସା। ଆଜି ହଂସିତାଙ୍କୁ ରିମାଣ୍ଡରେ ନେବା ସମୟରେ ସେ କାନ୍ଦିଛନ୍ତି। କାନ୍ଦି କାନ୍ଦି କହିଛନ୍ତି, ମତେ ଫସାଇ ଦିଆଯାଇଛି। ବଣ୍ଟି-ବବଲି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ସ୍ପେଶାଲ କ୍ରାଇମ ୟୁନିଟ। ରିମାଣ୍ଡରେ ନେବା ପୂର୍ବରୁ ଦୁହିଁଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଆଉ କ୍ୟାପିଟାଲ ହସ୍ପିଟାଲରୁ ଯିବା ସମୟରେ ହଂସିତା କାନ୍ଦି ପକାଇଛନ୍ତି।
ରିମାଣ୍ଡ ବେଳେ ହଂସିତା ବିସ୍ଫୋରକ ବୟାନ ଦେଇ କହିଛନ୍ତି, ହାତ ଯୋଡ଼ି କହିଲେ ମୋତେ ଫସାଇ ଦିଆଯାଇଛି। ପୁଲିସ ଆଗରେ ସବୁ ସତ କହିବି। ତଦନ୍ତରେ ସହଯୋଗ କରିବି, ସବୁ ଗୁମର ଖୋଲିବି। ସତ ଖୋଜନ୍ତୁ, ଆମକୁ ଫସାଯାଇଛି ବୋଲି କହିଛନ୍ତି।
ଅନ୍ୟପଟେ ଅନିଲ କହିଛନ୍ତି, ଆମେ କିଛି ଜାଣିନାହୁଁ। ଯେଉଁମାନେ ଆମ ବିରୋଧରେ କେସ୍ କରିଛନ୍ତି, ସେମାନଙ୍କୁ ବି ଆମେ ଚିହ୍ନିନୁ। ତଦନ୍ତ ହେଲେ ସବୁ ପଦାକୁ ଆସିବ। ଦିନିକିଆ ରିମାଣ୍ଡ ନେଇ ହଂସିତା ଓ ଅନୀଲଙ୍କୁ ଜେରା କରୁଚି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଠକେଇ ସିଣ୍ଡିକେଟ ନେଇ ଅଧିକ ଖୋଳତାଡ଼ କରୁଛି। ପୂର୍ବରୁ ଜବତ ଡିଜିଟାଲ ଡିଭାଇସ ଗୁଡିକୁ ଷ୍ଟେଟ୍ ଫରେନସିକ ଲ୍ୟାବକୁ ପଠାଯାଇଛି।