Odisha Link
Bridging the Missing Links in Odisha

ମହାକୁମ୍ଭ ମେଳା ପାଇଁ ଓଡ଼ିଶାର ୪ଟି ଜାଗାରୁ ଗଡ଼ିବ ବସ୍

ଓଏଲ୍‌ ବ୍ୟୁରୋ: ଏଣିକି ଓଡ଼ିଶାରୁ ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍। ଏନେଇ ଆଜି ବଡ଼ ଘୋଷଣା କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ପକ୍ଷରୁ ହାଇ-ଏଣ୍ଡ ପ୍ରିମିୟମ୍‌ ବସ୍‌ ସେବା ଆରମ୍ଭ ହେବ।

ପରିବହନ ମନ୍ତ୍ରୀ କହିଛନ୍ତି, ଜାନୁଆରୀ ୧୩ ତାରିଖରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ଏହି ମେଳାରେ କୋଟି କୋଟି ଶ୍ରଦ୍ଧାଳୁ ଯୋଗଦେଇ ଗଙ୍ଗାରେ ବୁଡ଼ ପକାଇବେ। ଏହି ମହାପର୍ବରେ ସାମିଲ୍‌ ହେବା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ୍‌। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ପକ୍ଷରୁ ହାଇ-ଏଣ୍ଡ ପ୍ରିମିୟମ୍‌ ବସ୍‌ ସେବା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ମହାକୁମ୍ଭମେଳା ପାଇଁ ଏବେ ୪ଟି ଜାଗାରୁ ବସ୍‌ ଗଡ଼ିିବ। ଏହାପରେ ପର୍ଯ୍ୟାୟକ୍ରମେ ଅନ୍ୟ ତୀର୍ଥସ୍ଥାନକୁ ବି ବସ୍‌ ଚଳାଇବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଶ୍ରୀ ଜେନା।

ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଏହି ବସ୍‌ଗୁଡ଼ିକ ଯିବ। ସ୍ୱତନ୍ତ୍ର ବସ୍ ସେବା ଆସନ୍ତା ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ। ଓଏସ୍‌ଆରଟିସି ୱେବ୍‌ସାଇଟ୍‌, ମୋବାଇଲ୍‌ ଆପ୍‌ରେ ଟିକଟ ବୁକିଂ କରିହେବ ବୋଲି ଓଏସ୍‌ଆରଟିସି ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.