ସହଦେବ ନାୟକ ହତ୍ୟାକାଣ୍ଡ: ସିନ୍ ରିକ୍ରିଏସନ, ନଦୀରୁ ମିଳିଲା ମାରଣାସ୍ତ୍ର
ଓଏଲ୍ ବ୍ୟୁରୋ: ଭୁବନେଶ୍ବର ରସୁଲଗଡ଼ ଓଭର ବ୍ରିଜ ନିକଟରେ ସହଦେବ ନାୟକ ହତ୍ୟା ଘଟଣାକୁ ସିନ ସିନ୍ ରିକ୍ରିଏସନ୍ ଚାଲିଛି। ହତ୍ୟାକାଣ୍ଡର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କାବୁ କରିଛି ପୁଲିସ। ଗିରଫ ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ କରିବା ସହ ପୁଲିସ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି। ଏହି ଘଟଣାକୁ ନେଇ ଶିଶୁଭବନ ଛକରେ ଏକାଠି ହୋଇଛନ୍ତି ସଫେଇ କର୍ମଚାରୀ ସଂଘ।
ସହଦେବ ନାୟକ ହତ୍ୟାରେ ଯେଉଁ ମାନେ ସଂପୃକ୍ତ ତାଙ୍କୁ ଗିରଫ ସହ ତାଙ୍କୁ ଆଜୀବନ ଜେଲ ନହେଲେ ଫାଶୀ ଦାବି କରି ୧୦୦୦ରୁ ଅଧିକ ସଫେଇ କର୍ମଚାରୀ ଧାରଣାରେ ବସିଥିଲେ। ଏଥିପାଇଁ ଆଜି ସବୁ ୱାର୍ଡରେ ସଫେଇ କାମ ବନ୍ଦ ଅଛି। ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଧାରଣାରୁ ଉଠିବେନି ବୋଲି ସଫେଇ କର୍ମଚାରୀ ସଂଘ କହିଛି।
ଅନ୍ୟପଟେ, ଘଟଣାକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଏକ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ବିଜେଡି କହିଛି, ଅପରାଧରେ ବିହାରକୁ ବଳିଗଲାଣି ଓଡ଼ିଶା। ପୁଲିସ ମିତ୍ର ଥିଲେ ମୃତ ସହଦେବ ନାୟକ। ନିଶା ବେପାର ନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ସୁରକ୍ଷା ନମିଳିବାରୁ ହତ୍ୟାକାଣ୍ଡ ହୋଇଛି।