Odisha Link
Bridging the Missing Links in Odisha

ସହଦେବ ନାୟକ ହତ୍ୟାକାଣ୍ଡ: ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ରସୁଲଗଡ଼ ଓଭର ବ୍ରିଜ ନିକଟରେ ସହଦେବ ନାୟକ ହତ୍ୟା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବିଚାର ବିଭାଗୀୟ ତଦନ୍ତ ଦାବି କରିଛି। ଭିଡିଓ ଦେଖାଇ ପୁଲିସକୁ ଟାର୍ଗେଟ କରିବା ସହ ହତ୍ୟା ପଛରେ ପୁଲିସ ଥାଇପାରେ ବୋଲି ସନ୍ଦେହ ହେଉଛି ବୋଲି ବିଜେଡି କହିଛି। ନଭେମ୍ବର ୩ ତାରିଖର ସହଦେବଙ୍କ ଭିଡିଓ ଜାରି କଲା ବିଜେଡି। ଜୀବନ ପ୍ରତି ଧମକ ଥିବା କହିଥିଲେ ସହଦେବ। ବ୍ରାଉନ ସୁଗାର ପ୍ରସଙ୍ଗରେ ଦୁର୍ବୃତ୍ତ ଟାର୍ଗେଟ କରିଥିଲେ। ହତ୍ୟା ପଛରେ କ’ଣ ରହିଛି ଭିଡିଓରୁ ସ୍ପଷ୍ଟ ହୋଇଛି।

ଅନ୍ୟପଟେ, ହତ୍ୟା ଘଟଣାକୁ ନେଇ ନ୍ୟାୟ ଦାବିରେ ବିଏମ୍‌ସି ଅଫିସ ଘେରିଲେ ସଫେଇ କର୍ମଚାରୀ। ଭାରତୀୟ ମଜଦୁର ସଂଘ ସହ ସଫେଇ କର୍ମଚାରୀ ଆନ୍ଦୋଳନ ବସିଛନ୍ତି। ତ୍ବରିତ ନ୍ୟାୟ ଦାବିରେ ବିଏମ୍‌ଏସ୍ ଅଫିସ ଘେରାଉ କଲେ ସଫେଇ କର୍ମଚାରୀ। ସିବିଆଇ ତଦନ୍ତ ଓ ଦୋଷୀକୁ ଫାସୀ, ପରିବାରକୁ ଆର୍ଥିକ ସହାୟତା ଦାବି, ପରିବାରରୁ ଜଣଙ୍କୁ ସରକାରୀ ଚାକିରୀ ଦାବିରେ ଆନ୍ଦୋଳନ କରୁଛନ୍ତି।

Leave A Reply

Your email address will not be published.