ଚାଷୀଙ୍କୁ ମିଳିଲା ସହାୟତା ରାଶି, ଅଦିନିଆ ବର୍ଷାରେ ନଷ୍ଟ ହୋଇଥିଲା ଫସଲ
ଓଏଲ୍ ବ୍ୟୁରୋ: ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ୧୪ଟି ଜିଲ୍ଲାରେ ଫସଲ ନଷ୍ଟ ହୋଇଥିଲା। କ୍ଷତିପୂରଣ ବାବଦକୁ ଚାଷୀଙ୍କୁ କ୍ଷତିପୂରଣ ଟଙ୍କା ମିଳିବା ଆରମ୍ଭ ହେଲାଣି। ୪ରୁ ୫ ଦିନ ଭିତରେ କ୍ଷତିପୂରଣ ଟଙ୍କା ବଣ୍ଟା ସରିବ। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିବାବେଳେ ପୁରୀ ଚାଷୀଙ୍କୁ ମିଳିଲା କ୍ଷତିପୂରଣ ବୀମା ରାଶି।
ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ସହିଥିବା ଚାଷୀଙ୍କୁ ମିଳିଲା ସହାୟତା ରାଶି। ପୁରୀର ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ ପର୍ଯ୍ୟାୟ ବୀମା ଟଙ୍କା। ପ୍ରଥମ ପର୍ଯ୍ୟାୟରେ ୧୬୯୫ ଜଣ ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯାଇଛି। ଚାଷୀଙ୍କୁ ୨୫ ପ୍ରତିଶତ କ୍ଷତିପୂରଣ ରାଶି ପଠାଇଲା ବୀମା କମ୍ପାନି। ଏନେଇ ପୁରୀ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ଦାସ ସୂଚନା ଦେଇଛନ୍ତି।