Odisha Link
Bridging the Missing Links in Odisha

ପ୍ରବାସୀ ଭାରତୀୟ ଉତ୍ସବର ଅନ୍ତିମ ଦିବସ, ଜନତା ମୈଦାନରେ ମହାମହିମ

ଓଏଲ୍‌ ବ୍ୟୁରୋ: ଆଜି ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିବସ। ଜନତା ମୈଦାନରେ ମହାମହିମ ରାଷ୍ଟ୍ରପତି। ଉଦଯାପନୀ ଉତ୍ସବରେ ଯୋଗ ଦେଲେ ମହାମହିମ ରାଷ୍ଟ୍ରପତି। ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିବସ କାର୍ଯ୍ୟକ୍ରମରେ ୨୭ ଜଣଙ୍କୁ ମିଳିବ ‘ପ୍ରବାସୀ ଭାରତୀୟ ସମ୍ମାନ’। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୭ ଜଣଙ୍କୁ ପୁରସ୍କୃତ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ପାଇବାକୁ ଥିବା ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା ସରିଛି। ଉଦଯାପନୀ ସମାରୋହ ଅପରାହ୍ନ ୩ଟାରୁ ୪ଟା୩୦ ଯାଏଁ ଚାଲିବ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତକାଲି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହର ସମାପନ ଉତ୍ସବରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିଥିଲେ। ବିମାନବନ୍ଦରରୁ ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରପତି ରାଜଭବନ ଅଭିମୁଖେ ଯାତ୍ରା କରିଥିଲେ। ଆଜି ରାଜଭବନରୁ ବାହାରି ଜନତା ମୈଦାନରେ ପହଂଚିଛନ୍ତି।

କାର୍ଯ୍ୟସୂଚୀ ଅନୁଯାୟୀ ଅପରାହ୍ନ ୩ଟା ବେଳେ ଜାତୀୟ ସଙ୍ଗୀତ ଗାନ ସହ ଉଦଯାପନୀ ସମାରୋହ କାର୍ଯ୍ୟକ୍ରମ ଆରମ୍ଭ ହେବ। ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର ସ୍ବାଗତ ଭାଷଣ ରଖିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ପ୍ରମୁଖ ଅଭିଭାଷଣ ରଖିବେ। ଏହାପରେ ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିବା ସହ ନିଜର କାର୍ଯ୍ୟକ୍ରମ ସମାପନ ଅଭିଭାଷଣ ରଖିବେ। ଅଭିଭାଷଣ ସମାପ୍ତ ପରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ ଧନ୍ୟବାଦ ପ୍ରଦାନ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି।

Leave A Reply

Your email address will not be published.